ବିରୋଧୀ ଦଳ ପଦଵୀ ରୁ ହଟିପାରନ୍ତି ନରସିଂହ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାୟକ ମାନଙ୍କ ଦମରେ ଅହଂକାର ପ୍ରଦର୍ଶନ କରୁଥିଲେ ନରସିଂହ ମିଶ୍ର । ବିରୋଧୀ ଦଳର ନେତା ହୋଇଥିବାରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଥିବାବେଳେ, ସମାନ୍ତରାଳ ଭାବେ ସଙ୍ଗଠନ ଚଳାଉଥିଲେ । ପ୍ରସାଦଙ୍କୁ ହଟାଇ ନିରଞ୍ଜନ ପଟ୍ଟନାୟକଙ୍କୁ ପିସିସି ସଭାପତି କରିବା ପାଇଁ ଜେନତେନ ପ୍ରକାରେଣ ସମସ୍ତଙ୍କ ସହମତି ମଧ୍ୟ କରାଇଥିଲେ ନରସିଂହ ମିଶ୍ର । କିନ୍ତୁ ସେହି ବିଧାୟକଙ୍କ ମେଳିରୁ ଗୋଟିଏ ଗୋଟିଏ ଏବେ ତାଙ୍କ ହାତ ଛାଡୁଥିବା ଲକ୍ଷ୍ୟ କରାଯାଉଛି । ବିଜେପୁର ରେ ବିଧାୟକ ଥିବା ସୁବଳ ସାହୁଙ୍କ ବିଦାୟ ପରେ ସେଠାରେ ଉପନିର୍ବାଚନରେ ବିଜେଡ଼ି ଜିତିଲା । ପରେ କୃଷ୍ଣ ସାଗରିୟା ଇସ୍ତଫା ଦେଲେ । ଯାହା ତାଙ୍କ ପ୍ରତି ବିପଦ ସୃଷ୍ଟି କରିଥିଲା । କିନ୍ତୁ ଜର୍ଜ ତିର୍କୀ ଶେଷ ମୁହୂର୍ତ୍ତ ମିଶିଯିବାରୁ ତାଙ୍କର କିଛି ଅସୁବିଧା ହୋଇନଥିଲା । କିନ୍ତୁ ଆଜି ଯାହା ଘଟିଗଲା ତାଙ୍କ ବିରୋଧୀ ଦଳ ନେତା ପଦ ପ୍ରତି ବିପଦ ସୃଷ୍ଟି କରିଛି । ନବ ଦାସ ଯେକି ଜଣେ ଟାଣୁଆ ନେତା ବୋଲି କେତେକ ବିଚାର କରନ୍ତି ସେ ଆଜି କଂଗ୍ରେସ ରୁ ଇସ୍ତଫା ଦେଇଛନ୍ତି, କାର୍ଯ୍ୟକାରୀ ସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଟିକେଟରେ ଲଢ଼ିଥିବାରୁ ତାଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ପାଇଁ ଦଳ ବାଚସ୍ପତିଙ୍କୁ ଆବେଦନ କରିବାରେ କୌଣସି ଅସୁବିଧା ନାହିଁ । ସେହିପରି ପ୍ରକାଶ ଓ ଯୋଗେଶ କଥା ମଧ୍ୟ ସମାନ ଶୁଣାଯାଉଛି । ତେଣୁ ଆଗାମୀ ବିଧାନସଭା ଅଧିବେଶନ ଫେବୃଆରୀ ମାସରେ ହେବାକୁ ଯାଉଛି । ତା ପୂର୍ବରୁ ନରସିଂହଙ୍କ ପଦ ରହିବ ନା ନରହିବ ତାହା ଏବେ ରହସ୍ୟ । ଏନେଇ ରାଜନୈତିକ ବିଶେଷଜ୍ଞ ମାନେ ତର୍ଜମା କରୁଛନ୍ତି ।

Leave A Reply

Your email address will not be published.