ନରେନ୍ଦ୍ର ମୋଦି ଏନଡ଼ିଏ ସଂସଦୀୟ ଦଳ ନେତା ମନୋନୀତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ନିର୍ବାଚନରେ ଏନଡ଼ିଏ ପୂର୍ଣ ବହୁମତରୁ ଅଧିକ ଆସନ ଅଧିକାର କରିବାରେ ସଫଳ ହୋଇଛି । ଆସନ୍ତା ୩୦ ତାରିଖରେ ପୁଣି ଥରେ ପ୍ରଧାମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଏହି ଶପଥ ଗ୍ରହଣ ପୂର୍ବରୁ ମୋଦି ପ୍ରଥମେ ଗୁଜରାଟ ଓ ପରେ ନିଜ ସଂସଦୟୀ କ୍ଷେତ୍ର ବାରଣାସୀ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି ଏନଡ଼ିଏର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରସ୍ତାବ ଓ ସହଯୋଗୀ ଦଳର ସହଯୋଗ କ୍ରମେ ନରେନ୍ଦ୍ର ମୋଦିଙ୍କୁ ବିଜେପି ସଂସଦୀୟ ଦଳ ନେତା ଚୟନ କରାଯାଇଛି । ଏହି ବୈଠକରେ ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ, ଏନଡ଼ିଏ ଦଳର ନେତା ଚୟନ କରିବା ପାଇଁ ଆଜି ସଂସଦ ଭବନର ସେଣ୍ଟ୍ରାଲ ହଲରେ ବୈଠକ ଡକାଯାଇଥିଲା । ଏହି ବୈଠକରେ ବିଜେପି ଓ ଏହାର ସହଯୋଗୀ ଦଳଙ୍କ ସମ୍ମତି କ୍ରମେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି ।

ଏହି ବୈଠକରେ ଉଦବୋଧନ ଦେଇ ମୋଦି କହିଛନ୍ତି, ‘ସାରା ବିଶ୍ୱର ନଜର ଭାରତର ନିର୍ବାଚନ ଉପରେ ଥିଲା । ୨୦୧୯ ନିର୍ବାଚନ ସାମାଜିକ ଏକତାର ଆନ୍ଦୋଳନ ଥିଲା । ନିର୍ବାଚନ ହୃଦୟ ଯୋଡ଼ିବାର କାମ କରିଛି । ବହୁମତ ଦାୟତ୍ୱକୁ ଆହୁରି ଅଧିକ ବଢ଼ାଇ ଦେଇଛି । ବିଜେପିର ସେବା ଭାବ ଯୋଗୁଁ ହିଁ ଏହି ବିଜୟ ସମ୍ଭବ ହୋଇଛି’ ।
ନୂଆ ଭାରତର ସଂଙ୍କଳ୍ପକୁ ନୂଆ ଉତ୍ସାହର ସହ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

Leave A Reply

Your email address will not be published.