ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ : ନରେନ୍ଦ୍ର ସିଂହ ତୋମାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୃଷି ଭାରତୀୟ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ। ଏହାକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକଙ୍କ କଲ୍ୟାଣ ପାଇଁ ସର୍ବଦା ଚେଷ୍ଟିତ । ଆଗାମୀ ଦିନରେ ସମଗ୍ର ଭାରତବର୍ଷର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଶନିବାର ବିଜେପି ପକ୍ଷରୁ ଆୟୋଜିତ କୃଷକ ସମ୍ବାଦ ଭର୍ଚୁଆଲ ରାଲିରେ ଯୋଗଦେଇ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର। ସେହିପରି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରକୃଷି ମନ୍ତ୍ରୀ ଶ୍ରୀ ତୋମାରଙ୍କ ନେତୃତ୍ୱରେ ଚାଷୀକୁ ତା ସାମଗ୍ରୀର ଉପଯୁକ୍ତ ପ୍ରାପ୍ୟ ମିଳିଛି ବୋଲି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ବିଗତ ୬ ବର୍ଷରେ କୃଷି କ୍ଷେତ୍ରରେ ଅନେକ ସଂସ୍କାର ଅଣାଯାଇଛି । ଦେଶରେ କୃଷି ଆଧାରିତ ବଜାରର ବ୍ୟବସ୍ଥା ତିଆରି କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୋରନା ଭଳି ଘଡିସନ୍ଧି ମୁହୂର୍ତରେ ଚାଷ କର୍ଯ୍ୟକୁ ସ୍ୱୀକୃତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ଓଡିଶାର ୪୦ ଲକ୍ଷ ଚାଷୀ ପରିବାରକୁ କୃଷକ ସମ୍ମାନ ନିଧିରେ ମାସିକ ୨ ହଜାର ଟଙ୍କା ସିଧାସଳଖ ବ୍ୟାଙ୍କ୍ ଆକାଉଂଟକୁ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରରେ କୃଷି କ୍ଷେତ୍ର ମଜବୁତ ହୋଇଛି ତଥା ଭାରତ ସରକାରଙ୍କ କୃଷି ନୀତି ଦେଶର କୃଷକଙ୍କୁ ଆତ୍ମନିର୍ଭର ସହ ସଶକ୍ତ କରିଛି । କୃଷି ପ୍ରଧାନ ଅଂଚଳ ଓଡିଶା ରାଜ୍ୟର କୃଷିମାନେ ମଧ୍ୟ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ହୋଇଛନ୍ତି । ମୋଦି ସରକାରଙ୍କ ଦ୍ୱାରା କୃଷି କ୍ଷେତ୍ରରେ ଅଣାଯାଇଥିବା ନୂତନ ସଂସ୍କାର କାରଣରୁ ପ୍ରଥମ ଥର କର୍ପୋରେଟ୍ ଫାଇନାନ୍ସ କୃଷି କ୍ଷେତ୍ରରେ ମଧ୍ୟ ଲାଗିବ । ଫଳରେ ରାଜ୍ୟରେ କୃଷି ଉତ୍ପାଦନ ବଢିବ । ଏହାର ସିଧାସିଧା ଲାଭ ଓଡିଶାର ସାଧାରଣ ଘରର ଚାଷୀମାନଙ୍କୁ ମିଳିବ ।

Leave A Reply

Your email address will not be published.