ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ ସଭାରେ ଭାଷଣ ଦେଉଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି କଂଗ୍ରେସ ଦଳ ପକ୍ଷରୁ ଭୁବନେଶ୍ବରର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିଲା। ସେଠାରେ ଭାଷଣ ଦେଉଥିବା ବେଳେ ହଠାତ ସେ ଛାତିକୁ ଧରି ତଳେ ବସିଯାଇଥିଲେ। ଏହାପରେ ତାଙ୍କୁ ତତକ୍ଷଣାତ୍ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା।
ତେବେ ନରସିଂହ ମିଶ୍ର ଠିକ୍ ଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବଲାଙ୍ଗୀରରୁ ଆଜି ସକାଳେ ଭୁବନେଶ୍ବରକୁ ଫେରିଥିଲେ। ଦୀର୍ଘ ସମୟର ଯାତ୍ରା ହେତୁ ନରସିଂହ ମିଶ୍ର କ୍ଳାନ୍ତ ହୋଇପଡ଼ିଥିଲେ।