ଅରୁଣଙ୍କ ରାଜନୀତିର ଦୁଇଟି ଧାର, ଉନ୍ନତି ସାଙ୍ଗରେ କ୍ରୀଡ଼ାର ପ୍ରସାର

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଶାସନ ଆରମ୍ଭରୁ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରାୟତଃ ଚର୍ଚ୍ଚାରେ ରହି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ସାହୁ ନିଜ କାର୍ଯ୍ୟ ସମାୟାନୁବର୍ତ୍ତି ହୋଇ କରି ଅନେକ ପ୍ରଶଂସା ମଧ୍ୟ ସାଉଁଟୁଛନ୍ତି । ଚଳିତ ନିର୍ବାଚନ ପରେ ନୟାଗଡ଼ ଜିଲ୍ଲାରେ ମନ୍ତ୍ରୀ ପଦ ଦାବେଦାର ଭାବେ ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ନୟାଗଡ ବିଧାୟକ ଅରୁଣ ସାହୁ ମନ୍ତ୍ରୀ ପଦ ପାଇବା ରାଜନୈତିକ ଚର୍ଚ୍ଚାକୁ ଅଧିକ ସରଗରମ କରିଥିଲା । ସେ ସମୟରେ ଅନେକ ଗୁଜବ ମଧ୍ୟ ଶୁଣିବାକୁ ମିଳିଥିଲା କି ମନ୍ତ୍ରୀ ସାହୁଙ୍କ ଚାପରେ ସୌମ୍ୟଙ୍କୁ ମନ୍ତ୍ରୀ ପଦ ମିଳିନଥିଲା । ଏହି ସବୁ ଚର୍ଚ୍ଚାକୁ ଗତକାଲି ଅରୁଣ ଭୁଲ ପ୍ରମାଣିତ କରିଛନ୍ତି । ଫୁଟବଲ ପ୍ରତି ଅହେତୁକ ଦୁର୍ବଳତା ଥିବା ମନ୍ତ୍ରୀ ଶ୍ରୀ ସାହୁ ନୟାଗଡରେ ଆସନ୍ତା ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଗତକାଲି ଏକ ବିଧାୟକ ଏକାଦଶ ଫୁଟବଲ ଖେଳ ହୋଇଥିଲା । ଏଥିରେ ମନ୍ତ୍ରୀ ଅରୁଣ ରଣପୁର,ଦଶପଲ୍ଲା ବିଧାୟକଙ୍କ ସହ ଖଣ୍ଡପଡା ବିଧାୟକ ସୌମ୍ୟଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ବିଧାୟକମାନେ ଖେଳୁଥିବା ଦେଖି ସ୍ଥାନୀୟ ଖେଳାଳିଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହୋଇଥିଲା । ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ୱାରା ଆୟୋଜିତ ଏହି ଫୁଟବଲ ମ୍ୟାଚ ବିଧାୟକ ସୌମ୍ୟ ପଟ୍ଟନାୟକ ଓ ତାଙ୍କ ମଧ୍ୟରେ ଯେଉଁମାନେ ମନ୍ତ୍ରୀ ପଦକୁ ନେଇ ଶତ୍ରୁତା ସୃଷ୍ଟି କରୁଥିଲେ ଏହା ସେମାନଙ୍କ ମୁହଁ ବନ୍ଦ କରିଦେଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଆଥିଲେଟିକ ଆସୋସିଏସନ, ୭୮୬ ୟୁଥ କ୍ଲବ ସିନ୍ଦୁରିଆ ତଥା ନୟାଗଡ଼ ବିଧାୟକ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଉଦ୍ୟମରେ ଜିଲ୍ଲାର ୪ବିଧାୟକକୁ ନେଇ ଫୁଟବଲ ମ୍ୟାଚ ଆୟୋଜନ କରାଯାଇଥିଲା । ନୟାଗଡ଼ ଓ ଦଶପଲ୍ଲା ବିଧାୟକ ଏକାଦଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ବିଧାୟକ ତଥା ମନ୍ତ୍ରୀ ଡ. ସାହୁଙ୍କ ନେତୃତ୍ୱରେ ନୟାଗଡ଼ ଟିମ ୩-୧ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ ଖଣ୍ଡପଡା ଓ ରଣପୁର ମଧ୍ୟରେ ମ୍ୟାଚ ହୋଇଥିଲା ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଟିମ ଗୋଲ ଦେବାରେ ସକ୍ଷମ ହୋଇନଥିଲେ ଫଳରେ ମ୍ୟାଚ ଟାଇ ହୋଇଥିଲା । ଏହାପରେ ନୟାଗଡ଼ ଓ ରଣପୁର ମଧ୍ୟରେ ଫାଇନାଲ ମ୍ୟାଚ ଖେଳା ଯାଇଥଲା । ଏହି ମ୍ୟାଚରେ ମଧ୍ୟ କୌଣସି ଟିମ ଗୋଲ ଦେବାରେ ସକ୍ଷମ ନହେବାରୁ ଆୟୋଜକ ନୟାଗଡ଼ ଟିମ ରଣପୁର ଟିମ କୁ ବିଜୟୀ ଘୋଷଣା କରିଥିଲେ । ଯାହାକି ମନ୍ତ୍ରୀ ସାହୁଙ୍କର ସ୍ନେହପୂର୍ଣ୍ଣ ଅତିଥ୍ୟର ନିଦର୍ଶନ ଥିଲା ।

Leave A Reply

Your email address will not be published.