ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ଵାରା ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ

ଭୁବନେଶ୍ଵର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନବ ସମାଜର ଯାବତୀୟ ଉନ୍ନତିର ଅନ୍ତରାଳରେ ଶିକ୍ଷାହିଁ ଅସଲ ଚାବିକାଠି, ଯାହାର ମାନ ବୃଦ୍ଧି ନିମନ୍ତେ ପାଠାଗାରର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ସ୍ଥାନୀୟ ଜୟଦେବ ଭବନ ଠାରେ ପାଠାଗାର ଆନ୍ଦୋଳନର ଜନକ ଡଃ ଏସ. ଆର. ରଙ୍ଗନାଥନଙ୍କ ଜୟନ୍ତୀ ଉତ୍ସବ ତଥା ଓଡିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ଵାରା ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ଗ୍ରନ୍ଥା ଗାରିକ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ପ୍ରକାଶ କରିଛନ୍ତି । ସଂଘର ସଭାପତି ତଥା ଭୁବନେଶ୍ଵରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଭାପତିତ୍ଵ ଓ ଓୟୁଟିର ଅବସର ପ୍ରାପ୍ତ ମୁଖ୍ୟ ଗ୍ରନ୍ଥ। ଗାରିକ ରବୀନ୍ଦ୍ର କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵ।ବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ଲୋକସଭା ସଦସ୍ୟ ତଥା ବିଶିଷ୍ଟ ଶିକ୍ଷାବିତ ତ୍ରିଲୋଚନ କାନୁନଗୋ ଯୋଗ ଦେଇ ପାଠାଗାର କେବଳ ଶିକ୍ଷାନୁଷ୍ଠାନର ମୁଖ୍ୟ ଅଂଶ ନୁହେଁ ଏହା ସମାଜରେ ଶିକ୍ଷା ବିକାଶର ମୁଖ୍ୟ ମାଧ୍ୟମ ବୋଲି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବରେ ସଂଘର ପ୍ରାଣ ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ ଅର୍ଜୁନ ଜେନା , ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି । ସିଦ୍ଧାର୍ଥ ମହାବିଦ୍ୟାଳୟର ଅଧ୍ୟକ୍ଷ। ରେଖା ପ୍ରଧାନ , ସଂଘର କାର୍ଯ୍ୟକରି ସଭାପତି ହୃଷୀକେଶ ମିଶ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷାର ବିକାଶରେ ଗ୍ରନ୍ଥାଗାର ର ଭୂମିକା ଉପରେ ଆଲୋକ ପାତ କରିଥିଲେ , ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସଂଘର ସ୍ମରଣୀକା ଉନ୍ମୋଚନ କରାଯିବା ସହିତ ସେବା ନିବୃତ୍ତ ଗ୍ରନ୍ଥାଗାରିକ ଅର୍ଜୁନ ଜେନା, ଶ୍ୟାମ ଘନ ମହାନ୍ତି , ପ୍ରମୋଦ କୁମାର ଜେନା ଓ କାର୍ଯ୍ୟରତ ଗ୍ରନ୍ଥା ଗାରିକ ପବିତ୍ର ମୋହନ ପ୍ରଧାନ, ନନ୍ଦ କିଶୋର ଧୀର ଓ ଗରିବ୍ ସେଲମା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦୟନାଥ ସ୍ୱୟ˚ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ନିରୁପମା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ଗ୍ରନ୍ଥା ଗାରିକ ସହ- ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ , ଓ ସମ୍ପାଦକ ପ୍ରଦୀପ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରନ୍ଥାଗାରିକ ଆଦିତ୍ୟ ମିଶ୍ର, ଲଲାଟ କିଶୋର ମହାନ୍ତି, ରତିକାନ୍ତ ଓଝା , ଦେବେନ୍ଦ୍ର ମହାନ୍ତି, ବଦ୍ରି ନାରାୟଣ ବେହେରା, ଘନଶ୍ୟାମ ବେହେରା, ଡଃ ମହେନ୍ଦ୍ର ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ ମହାବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧକ ସଙ୍ଗୀତ ଓ ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଶେଷରେ ଅଧ୍ୟାପିକା ନିରୁପମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।