ଓଡ଼ିଆ ଯୁବକ କୁ ନେଇ ଜାତୀୟ ରାଜନୀତିରେ ଝଡ।

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୁତି ଯଥା ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ, ଆଇଜିଏଚ ହସ୍ପିଟାଲ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ରେ ପରିଣତି କରିବା ପ୍ରତିଶ୍ରୁତି ପୂରଣ ନହେବାରୁ, ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କୁ ମନେପକେଇଦେବା ପାଇଁ ରାଉରକେଲା ରୁ ନୂଆଦିଲ୍ଲୀ ପଦ ଯାତ୍ରା କରିଥିବା ଓଡିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଆଗ୍ରା ରେ ଚିକିତ୍ସାଧିନ।

ଘଟଣା କ୍ରମେ

୨୦୧୪ ଇଲେକ୍ସନ ପୂର୍ବରୁ ନରେନ୍ଦ୍ର ମୋଦି ରାଉରକେଲା ବାସୀ ଙ୍କ ପାଇଁ ଯେଉଁ ଦୁଇଟି ବଡ ପ୍ରତିଶ୍ରୁତି ଘୋଷଣା କରିଥିଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ ଯାହାକୁ ନେଇ ରାଜ୍ୟ ରାଜନୀତି ରେ ମଧ୍ୟ ଝଡ ସୃଷ୍ଟି ହୋଇଛି ଏବଂ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ରେ ବ୍ୟର୍ଥ ବୋଲି ରାଜ୍ୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କୁ ମନେପକେଇ ଦେବାପାଇଁ ଗତ ଏପ୍ରିଲ ମାସରୁ ମୁକ୍ତିକାନ୍ତ ଯାତ୍ରା ଆରମ୍ଭ କରିଥିବା ବେଳେ, ରାଉରକେଲା ରୁ ଝାଡଖଣ୍ଡ , ବିହାର , ୟୁପି ଅଦି ବଭିନ୍ନ ଅଞ୍ଚଳ ଦେଇ ୧୩୩୦ କିଲୋମିଟର ରାସ୍ତା ଅତିକ୍ରମ କଲାପରେ ଆଗ୍ରା ରେ ପହଞ୍ଚିଛନ୍ତି । ଗତ ୧୪ତାରିଖ ସକାଳ ୧୧ଟାରେ ରାସ୍ତାରେ ଯିବା ବେଳେ ମୂର୍ଚ୍ଛା ହୋଇଯିବାରୁ ସ୍ଥାନୀୟ ଜନସାଧାରଣ ମୁକ୍ତିକାନ୍ତ କୁ
ସ୍ଥାନୀୟ ଶ୍ରୀନିବାସ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ନିମ୍ନ ରକ୍ତଚାପ , ରକ୍ତ ସକର୍ରା ହ୍ରାସ ଯୋଗୁଁ , ଏବଂ ଅତ୍ୟଧିକ ଦୁର୍ବଳତା ମୁକ୍ତିକାନ୍ତ ଙ୍କ ମୂର୍ଚ୍ଛା ର କାରଣ ବୋଲି ଡାକ୍ତର କହିଛନ୍ତି।

ମୁକ୍ତିକାନ୍ତ ଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଜେଏନୟୁ ର ଛାତ୍ରମାନେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜେଏନୟୁ ଛାତ୍ର ମାନଙ୍କ ତରଫରୁ ମୁକ୍ତିକାନ୍ତ ଙ୍କ ଆଗ୍ରା ରୁ ଦିଲ୍ଲୀ ପର୍ଯ୍ୟନ୍ତ ୨୧୦ କିଲୋମିଟର ଯାତ୍ରା ଶେଷ ହେବା ପରେ ତାଙ୍କ ରହିବା , ଖାଇବା , ଚିକିତ୍ସା ଖର୍ଚ୍ଚ ସହ ପ୍ରଧାନମନ୍ତ୍ରୀ ଙ୍କ ସହ ଭେଟ କରାଯିବ ବୋଲି ଘୋଷଣା କରାଯାଇଛି। ମୁକ୍ତିକାନ୍ତ ଙ୍କ ଏଭିଳି ନିଆରା ପଦଯାତ୍ରା କୁ ସବୁବର୍ଗର ଲୋକ ପ୍ରଶଂସା କରିବା ସହ ବିରୋଧୀ ମାନେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ରେ ବ୍ୟର୍ଥ ବୋଲି ସମାଲୋଚନା କରିଛନ୍ତି।

Sikshaya
Leave A Reply

Your email address will not be published.