ଥାନାରେ ଚାଲିଥିଲା ମଦର ଆସର : ଏସଆଇ ନିଲମ୍ବିତ କଲେ ଏସପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଥାନାରେ ଡିଉଟି ସମୟରେ ମଦ୍ୟପାନ ସହ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ଆସିବା ପରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ କାର୍ଯ୍ୟରତ ସବଇନସପେକ୍ଟର (ଏସଆଇ) ବିବେକାନନ୍ଦ ସାହୁଙ୍କୁ ନିଲମ୍ବିତ କରାଯାଇଛି। ଏସଆଇଙ୍କର ହ୍ଵାଟସଆପ୍ ଅଡିଓ ଓ ଫଟୋ ଭାଇରାଲ ହେବାପରେ ଜଗତସିଂହପୁର ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ଭାଇରାଲ ହେଉଥିବା ହ୍ଵାଟ୍ସଆପ ଅଡିଓରେ ସେ ଜଣେ ଚୋରା ମଦ ବେପାରୀଙ୍କ ସହ କଥା ହୋଇ ମଦ ଓ ମାଂସ ଆଣିବା ପାଇଁ କହୁଥିବା ବେଳେ ଅନ୍ୟଜଣଙ୍କୁ ଚିକେନ୍ ଆଣିବା ଲାଗି କହୁଥିବା ଶୁଣିବାକୁ ମିଳିଛି। ଦୁଇଟି ଅଡିଓ ଏବଂ ମଦ ବୋତଲ ରଖା ହୋଇଥିବା ଏକ ଟେବୁଲ୍ ସାମ୍ନାରେ ବସିଥିବା ସମୟର ଫଟୋ ଭାଇରାଲ୍ ହେବା ସହ ସେ ପୁଲିସ ୟୁନିଫର୍ମର ଭୟ ଦେଖାଇ ଲୋକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା। ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ଏସପି ତାଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷରେ ନିଲମ୍ବିତ ହୋଇଥିବା ଏସଆଇ ବିବେକାନନ୍ଦ ସାହୁଙ୍କୁ ପଚାରିବାରୁ ନିଦରେ ଥିବାବେଳେ ସେ ଏଭଳି କଥା କହିଛନ୍ତି। ଏହାସହ ଭାଇରଲ ଫଟୋରେ ତାଙ୍କ ହାତରେ ମଦ ଗ୍ଲାସ ନାହିଁ କି ସେ ମଦ ପିଉଥିବାର ଫଟୋ ନାହିଁ ବୋଲି ସଫେଇ ଦେଇଛନ୍ତି। ଥାନାରେ ମଦ ପିଉଥିବା ନେଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ କରାଯାଇଛି, ତାହାକୁ ସେ ଅସ୍ବୀକାର କରିଛନ୍ତି।

Leave A Reply

Your email address will not be published.