ନବଗୁଞ୍ଜର ରୂପ, ପୁରୁଣା ଷ୍ଟେସନ ବଜ଼ାର ଦୁର୍ଗା ପୂଜାର ହେବ ମୁଖ୍ୟ ଆକର୍ଷଣ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସବୁ ବର୍ଷପରି ଚଳିତ ବର୍ଷ ମଧ୍ୟ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗା ପୂଜା ସମିତି ସୁନ୍ଦର ତୋରଣ ରେ ସୁସଜ୍ଜିତ ହେବ । ଏହି ୬୩ତମ ବର୍ଷ ଦୁର୍ଗା ପୂଜାରେ ନବଗୁଞ୍ଜର ରୂପ ଯାହାକି ଜଗନ୍ନାଥ ସଂସ୍କୃତି ସହ ଜଡିତ କଥାବସ୍ତୁକୁ ଆଧାର କରି ଏକ ନୂତନ ଆଧ୍ୟାତ୍ମିକ ଢଙ୍ଗରେ ପରିପ୍ରକାଶ କରିବାର ଯୋଜନା କରାଯାଇଛି । ଯାହାକି ଏଥର ପୂଜାର ମୁଖ୍ୟ ଆକର୍ଷଣ ହେବ । ମା’ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ନିଶ୍ଚିତ ଭାବେ ଏହା ଆକୃଷ୍ଟ କରିବ ।

ଏଥର ର ପୂଜା ବଜେଟ ୪୦ ଲକ୍ଷ ଟଙ୍କା ରଖାଯାଇଛି । ଦେବୀଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମିତି କର୍ମକର୍ତ୍ତା ଙ୍କ ସହ ମହିଳା ସ୍ବେଚ୍ଛାସେବୀ ନିୟୋଜିତ ହେବେ । ସୁରକ୍ଷାକୁ ଦୃଷ୍ଟି ରଖି ମଣ୍ଡପ ଏବଂ ଏହାର ଆଖପାଖ ରେ ୨୫ଟି ସିସି ଟିଭି କ୍ୟାମେରା ଖଞ୍ଜାଯିବ । ସେହିପରି ଅଷ୍ଟମୀରେ ଚରୁଅନ୍ନ/ପ୍ରସାଦ ସେବନ ଓ ଦଶମୀରେ ଦହି ପଖାଳ ମା’ଙ୍କ ନିକଟରେ ଭୋଗହେବର କାର୍ଯ୍ୟକ୍ରମ ରହିଛି ।

ଦୁର୍ଗାପୂଜା ପାଇଁ ଲୋକଙ୍କ ଗହଳିକୁ ଦୃଷ୍ଟି ରେ ରଖି କମିଶନରେଟ ପୋଲିସ ସହ ମିଶି କମିଟି କର୍ମକର୍ତ୍ତା ମଧ୍ୟ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନଦେବେ । ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଳାକାର ମନେ ଆସିବେ । ବିଭିନ୍ନ ସ୍ଥାନର ପ୍ରମୁଖ ଗ୍ରୁପ କଳାକାରମାନେ ମଡର୍ଣ୍ଣ ଅର୍କେଷ୍ଟ୍ରା, ଛତ୍ରପୁର,ଗଞ୍ଜାମ, ରୟାଲ ଅର୍କେଷ୍ଟ୍ରା, ବ୍ରହ୍ମପୁର, ଗଞ୍ଜାମ, ସଙ୍ଗୀତ ନବରଙ୍ଗ, କଟକ, ଗୀତ ମିଲନ, ଭୁବନେଶ୍ୱର, ରକଷ୍ଟାର, ଝାଞ୍ଜିର ମଙ୍ଗଳା, କଟକ । ଏବଂ ପାରମ୍ପରିକ ରୋଷଣି ବାଦ୍ୟରେ ଭାଷାଣି ଉତ୍ସବ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଥିବା ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗା ପୂଜା ସମିତି ସଭାପତି ଗଣେଷ ପ୍ରସାଦ ସାହୁ ଓ ସମ୍ପାଦକ ଦୀପକ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.