ନବୀନ ଉତ୍ତର ରଖିଲେ ମୋଦିଙ୍କ ପ୍ରଶ୍ନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଆରୋପର ଜବାବ ଦେଇ କହିଛନ୍ତି ୫୦ ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଦ୍ୱାରା ଯୋଡ଼ାଯାଇଛି । ସେହିପରି ମହିଳାଙ୍କ ସ୍ୱାସ୍ଥ୍ୟ ସେବା କୁ ଦୃଷ୍ଟିରେ ରଖି ସେମାନଙ୍କ ସ୍ୱାସ୍ଥ୍ୟ ସେବାପାଇଁ ୭ ଲକ୍ଷ ଧାର୍ଯ୍ୟ କରାଯାଇଛି ।

ପିସି ଉପରେ ମୋଦିଙ୍କ ଟିପ୍ପଣୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମୋଦି ବୋଧେ ନିଜ ପାର୍ଟିର କର୍ମୀଙ୍କୁ ଉତ୍ସାହିତ କରିବାକୁ ଏଭଳି କହିଥାଇ ପାରନ୍ତି ବୋଲି କହିବା ସହ ସ୍କିଲ ଇଣ୍ଡିଆ ଓ ଉଜ୍ଜଳା ଯୋଜନା ରେ ହୋଇଥିବା ସ୍କାମ କଥା ପ୍ରଧାନମନ୍ତ୍ରୀ ଙ୍କୁ ମନେପକାଇ ଦେଇଛନ୍ତି ।

ସେହିପରି ବର୍ଦ୍ଧିତ ତୈଳଦରକୁ ନେଇ ମଧ୍ୟ ମୋଦିଙ୍କୁ ଘେରିଥିଲେ ନବୀନ । କହିଲେ ତୈଳଦର ନିଅନ୍ତ୍ରଣରେ ସମ୍ପୂର୍ଣ୍ଣ ରୂପେ ଫେଲ ମାରିଛନ୍ତି କେନ୍ଦ୍ର ସରକାର । ଯାହାକି ସାଧାରଣ ଜନତାଙ୍କ କଷ୍ଟର କାରଣ ହୋଇଛି ।

Leave A Reply

Your email address will not be published.