ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦୁଇ ଦଳ ଦେଖାଇବେ ଶକ୍ତି ପ୍ରଦର୍ଶନ।
ବିଜେପିର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ବିଶାଳ ସମାବେଶକୁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ବିଜେଡ଼ିର ମିଶ୍ରଣ ପର୍ବ।
ବିଜେପୁର ଉପନିର୍ବାଚନରେ ବିଜେପିର ପରାଜୟ ପରେ କର୍ମୀଙ୍କ ଭାଙ୍ଗିଯାଇଥିବା ମନବଳକୁ ସୁଦୃଢ଼ କରିବାକୁ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।
ଭବାନୀପାଟଣାଠାରେ ଅନୁଷ୍ଠିତ ବିଶାଳ ସମାବେଶରେ ଶ୍ରୀ ଶାହା ଯୋଗ ଦେଇ ଦଳୀୟ କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେବେ। ଶ୍ରୀ ଶାହା ଏପ୍ରିଲ ୫ ତାରିଖରେ ବଲାଙ୍ଗୀରଠାରେ ବିଶାଳ ଯୁବ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ଅନେକ ଦିନରୁ ପ୍ରସ୍ତୁତ କରାଯାଇଥିଲା ।
ଏହି ସମାବେଶକୁ ଟାର୍ଗେଟ କରି ନବୀନ ଖେଳିଛନ୍ତି ମାଷ୍ଟର ଖେଳ। ସମାବେଶରୁ ଗଣମାଧ୍ୟମର ନଜର ହଟାଇବାକୁ ନବୀନଙ୍କ ଗଡ କୁହାଯାଉଥିବା ଗଞ୍ଜାମରେ ବିଜେଡ଼ି କରୁଛି ମିଶ୍ରଣ ପର୍ବ।
ଗଞ୍ଜାମ କଂଗ୍ରେସର ଏକଦା ପ୍ରଭାବଶାଳୀ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ,ପୂର୍ବତନ ପିସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ମଧ୍ୟ ବିଜେଡ଼ିରେ ସାମିଲ ହେବେ । ବ୍ରହ୍ମପୁର ମହାନଗର ନିଗମର ସମସ୍ତ କଂଗ୍ରେସ କର୍ପୋରେଟର ବିଜେଡ଼ିରେ ଯୋଗ ଦେଉଥିବାରୁ ନିଗମ କଂଗ୍ରେସ ମୁକ୍ତ ହେବ । ଏହି ବାର୍ତ୍ତା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇ ରହୁବୋଲି ଏପ୍ରିଲ ୪ତାରିଖ ଦିନ ନିର୍ଦ୍ଧାରିତ କରଯାଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋରଧରିଛି।