ମୁଖ୍ୟମନ୍ତ୍ରୀ ଭାବେ ନବୀନ ଅଧିକ ଲୋକପ୍ରିୟ

0

ଓଡିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଭାବେ କିଏ ଅଧିକ ଲୋକପ୍ରିୟ ଏହାକୁ ନେଇ ଇଣ୍ଡିଆ ଟୁଡେ-ମାଇଁ ଇଣ୍ଡିଆ ପି.ଏସ.ଇ ସର୍ଭେ ଓଡିଶାର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ରରେ ୮୨୩୨ ଜଣ ଭୋଟର ଙ୍କର ଟେଲିଫୋନ ଯୋଗେ ମତାମତକୁ ସଂଗ୍ରହ କରିଥିଲା । ଏହି ମତାମତ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ୫ମ ଥର ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଓଡିଶା ଭୋଟରଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଦ୍ୱିତୀୟ ପସନ୍ଦ ଭାବରେ ସାମ୍ନାକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶାର ୫୯ ପ୍ରତିଶତ ଭୋଟର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୫ମ ଥର ଦେଖିବାକୁ ଚାହୁଁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ୨୧ ପ୍ରତିଶତ ଭୋଟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ୨୦୧୯ ନିର୍ବାଚନ ପୂର୍ବରୁ ଏହା ନବୀନଙ୍କ ପାଇଁ ଏକ ଶୁଭ ସଙ୍କେତ ବୋଲି ମଧ୍ୟ କୁହାଯାଇପାରେ । କାରଣ ନବୀନଙ୍କ ଉପରେ ବର୍ତ୍ତମାନ ମଧ୍ୟ ଲୋକଙ୍କ ବିଶ୍ୱାସ ଅତୁଟ ରହିଛି ।

Leave A Reply

Your email address will not be published.