ମେକ ଇନ ଓଡ଼ିଶା ରୋଡ ସୋରେ ନବୀନ ଜିନ୍ଦଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ ଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେକ ଇନ ଓଡ଼ିଶା ରୋଡ ସୋରେ ଅଂଶଗ୍ରହଣ କରି, ଜେଏସପିଏଲର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ରାଜ୍ୟ ସରକାରଙ୍କ ଶିଳ୍ପାୟନ ଉଦ୍ୟମକୁ ସମର୍ଥନ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଏସପିଏଲର ସଫଳତା କଥା କହିବା ସହିତ, ଓଡ଼ିଶାର ଶିଳ୍ପାୟନ ନିମନ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ ଓ ଓ.ପି ଜିନ୍ଦଲ ଗ୍ରୁପ ପ୍ରତିଷ୍ଠାତା ଶ୍ରୀ ଓ.ପି ଜିନ୍ଦଲ ଦେଖିଥିବା ସ୍ୱପ୍ନ ସମ୍ପର୍କରେ ଆଲୋକପାତ କରିଥିଲେ । ବର୍ତ୍ତମାନ ଜେଏସପିଏଲର ସ୍ବପକୁ ସାକାର କରୁଛି ।

ଶ୍ରୀ ଜିନ୍ଦଲ କହିଥିଲେ ଗତ ୭ ବର୍ଷରୁ ଅଧିକ ସମୟ ହେଲା ଜେଏସପିଏଲ ଓଡ଼ିଶାରେ ନିର୍ମାଣ କରିଆସୁଛି (ମେକିଂ ଇନ ଓଡ଼ିଶା) ଏବଂ ଟ.୪୫୦୦୦ କୋଟିରୁ ଅଧିକ ପୁଞ୍ଜିନିବେଶ କରିସାରିଛି । ଅନୁଗୁଳ ଠାରେ ଜେଏସପିଏଲର ବାର୍ଷିକ ୬ ନିୟୁତ ଟନ ଇସ୍ପାତ କାରଖାନା ଓଡ଼ିଶାର ସର୍ବବୃହତ୍ ଓ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ବାର୍ଷିକ ୯ ନିୟୁତ ଟନ ପେଲେଟ କାରଖାନା ଭାରତର ସର୍ବବୃହତ୍ତମ । ଅନୁଗୁଳ ଠାରେ ଜେଏସପିଏଲ ଦ୍ୱାରା ଦେଶର ସର୍ବବୃହତ ବ୍ଲାଷ୍ଟ ଫର୍ଣ।ସ ପ୍ରତିଷ୍ଠା କରାଯିବା ସହିତ, ଇସ୍ପାତ ଶିଳ୍ପ କ୍ଷେତ୍ରରେ ସ୍ବଦେଶୀ କୋଇଲା ଗ୍ୟାସ ବ୍ୟବହାର ମଧ୍ୟ ପ୍ରଥମଥର ନିମନ୍ତେ କରାଯାଇଛି ।

ଓଡ଼ିଶାର ସ୍ଥିର ସରକାର, ଦୂରଦୃଷ୍ଟି ସମ୍ପନ୍ନ ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ବିଶେଷକରି ଲୋକମାନଙ୍କ ସହଯୋଗ ଦ୍ୱାରା ଏହା ସବୁ ସମ୍ଭବ ହୋଇ ପାରିଛି ବୋଲି ନବୀନ ଜିନ୍ଦଲ କହିଥିଲେ । ଓଡ଼ିଶାରେ ବିପୁଳ ପରିମାଣର ପ୍ରାକୃତିକ ସମ୍ପଦ ରହିଥିବା ସହିତ, କୁଶଳ ଶ୍ରମଶକ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ଜନସାଧାରଣ ଓ ଜଗନ୍ନାଥ ସଂସ୍କୃତି ରହିଛି । ଆସନ୍ତା ନଭେମ୍ବର ମାସରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ମେକ ଇନ ଓଡ଼ିଶା କନକ୍ଲେଭ ସମୟରେ ଅନୁଗୁଳ ଇସ୍ପାତ କାରଖାନା ପରିଦର୍ଶନ କରିବା ନିମନ୍ତେ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ ।

Ruchi
BJD 1

Leave A Reply

Your email address will not be published.