ଆକ୍ସନମୁଡରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଟୁକୁନି, ନବଙ୍କୁ ପ୍ରଶଂସା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦାୟିତ୍ୱ ଗ୍ରହଣ କରିବା ପରେ ଆକ୍ସନମୁଡରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ । ଗତ ୨୯ ତାରିଖରେ ମନ୍ତ୍ରୀ ଭାବେ ଶପଥ ନେବା ପରେ କାମରେ ଇନଷ୍ଟାଣ୍ଟ ଫୋକସ କରିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଯେଉଁଥିପାଇଁ ଉଭୟେ ପ୍ରଶଂସାର ପାତ୍ର ସାଜିଛନ୍ତି ।

ଚିକିତ୍ସା ପାଇଁ ଟୁଇଟରରେ ସହାୟତା ମାଗୁଥିବା ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଅନ୍ତର୍ଗତ ତେଲେନପାଲି ଗ୍ରାମର ନିତ୍ୟାନନ୍ଦ ସ୍ୱାଇଁଙ୍କ ଝିଅ ନୂଆଦେଇଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ତତ୍ପରତା ଦେଖାଇଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ । ପୀଡ଼ିତାଙ୍କୁ ପାଇଁ ସହାୟତା ପାଇଁ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଟୁଇଟରରେ ଏକ ଭିଡିଓ ଅପଲୋଡ଼ କରାଯାଇଥିଲା । ଏହି ଭିଡିଓ ଦେଖିବା ପରେ ପୀଡ଼ିତଙ୍କୁ ସହଯୋଗର ହାତ ବଢାଇଛନ୍ତି ଟୁକୁନି । ସେ ଉକ୍ତ ଟୁଇଟକୁ ବଲାଙ୍ଗୀର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ବିଭାଗକୁ ଟାଗ କରି ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଯାହା ଫଳରେ ଅନେକ ଟୁଇଟର ବ୍ୟବହାରକାରୀ ଟୁକୁନିଙ୍କୁ ଏଥି ନିମନ୍ତେ ଧନ୍ୟବାଦ ଜଣାଇ ଟୁଇଟ କରୁଥିବା ଦେଖାଯାଇଛି ।

ସେହିପରି ଦାୟିତ୍ୱ ଗ୍ରହଣ କରୁ କରୁ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସ୍ୱାସ୍ଥ୍ୟ ବିଭାଗ ତଦାରଖ ଆରମ୍ଭ କରିଦେଇଛନ୍ତି । ସେ ପ୍ରଥମେ କଟକର ଏସସିବି ମେଡିକାଲ ପରିଦର୍ଶନ କରି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ରୋଗୀ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ, ଏଠାରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.