ସିଲଭର ସିଟିରେ ନବୀନ ସୁପର ହିଟ ରୋଡ଼ ଶୋ’

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା କାଲି ହେବାକୁ ଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସମସ୍ତ ଦଳର ପ୍ରାର୍ଥୀ ଓ ନେତା ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନକରି ନିଜର ସମସ୍ତ ସାମର୍ଥ୍ୟ ଲଗାଇଦେଇଛନ୍ତି । ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ କେନ୍ଦୁଝରରେ ରୋଡ୍‌ ଶୋ’ ସାରି ଅପରାହ୍ନରେ କଟକରେ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ପ୍ରଚାର ସାରି ସେଠାରୁ ହେଲିକାପ୍ଟରରେ ଆସି ନରାଜ ହେଲିପ୍ୟାଡରେ ଓହ୍ଲାଇ ଥିଲେ । ଏହାପରେ ହାଇଟେକ ବସରେ କଟକରେ ପହଞ୍ଚିଥିଲେ । ଅପରାହ୍ନ ସାଢ଼େ ୪ଟାରୁ ବିଜେଡି ପକ୍ଷରୁ ଏକ ରୋଡ ଶୋ’ର ଆୟୋଜନ କରାଯାଇଥିଲା।

ଏଥିରେ ନବୀନ ଯୋଗଦେଇ କଟକ ସିଟିର ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ରୋଡ ଶୋ’ରେ କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କୁ ବିପୁଳ ଭୋଟରେ ଜିତାଇବାକୁ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିଥିଲେ ।

Leave A Reply

Your email address will not be published.