ଆସନ୍ତା ୨୮ରେ ଦଳୀୟ ବିଧାୟକ ଓ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେବେ ନବୀନ

୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏ ନେଇ ଏବେଠୁ ଜୋରସୋରରେ ପ୍ରସ୍ତୁତି ଚାଲିଲାଣି ବିଜେଡି। ତେବେ ଏହି ପରିପ୍ରେକ୍ଷିରେ ଆସନ୍ତା ୨୮ ତାରିଖରେ ଦଳର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୈଠକ । ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ ଏହି ବୈଠକ ।
ଏହି ବୈଠକରେ ନବୀନ ଆଗାମୀ ରଣନୀତି ନେଇ ଦଳୀୟ ବିଧାୟକମାନଙ୍କୁ ଦେବେ ଗୁରୁ ମନ୍ତ୍ର । ଆସନ୍ତା ୨୮ରେ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କର ଏହି ସମ୍ମିଳନୀ ହେବ ବୋଲି ଜଣାପଡ଼ିଛି । ଏଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ନବୀନ ସମସ୍ତ ବିଧାୟକ, ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସମସ୍ତ ନିର୍ବାଚନମଣ୍ଡଳୀରେ ସରକାରୀ କାର୍ଯ୍ୟକ୍ରମ କେମିତି କାର୍ଯ୍ୟକାରୀ ହେଉଛି, ତାହାର ହିସାବ ମାଗିବେ। ସମସ୍ୟା ବୁଝିବେ। କିଭଳି ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାଗୁଡ଼ିକ ତ୍ୱରିତ ବେଗରେ କାର୍ଯ୍ୟକାରୀ ହେବ, ସେ ବାବଦରେ ବିଧାୟକମାନଙ୍କ ମତାମତ ଲୋଡ଼ିବେ।