ଭୁଲରେ କେବେ ବି ଏହି ଜିନଷକୁ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ, ନହେଲେ ସବୁବେଳେ ଦେଖାଦେବ ଆର୍ଥିକ ସମସ୍ୟା

0

ବାସ୍ତୁଶାସ୍ତ୍ରର ଜୀବନରେ ବିଶେଷ ମହତ୍ବ ରହିଛି। ବାସ୍ତୁ ମଣିଷର ଜୀବନକୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିଥାଏ। ଘରର ଦିଗ ଓ ଘରେ ରଖାଯାଇଥିବା ବସୁ ଜିନିଷର କିଛି ନା କିଛି ଅର୍ଥ ନିଶ୍ଚୟ ରହିଥାଏ। ଶୋଇବା ସମୟରେ ମୁଣ୍ଡ ପାଖରେ ରଖାଯାଇଥିବା କିଛି ଜିନିଷ ବାସ୍ତୁ ଦୋଷର କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଶୋଇବା ସମୟରେ ମୁଣ୍ଡ ଉପରେ କେଉଁ ସବୁ ଜିନିଷ ରଖିବା ଉଚିତ୍ ନୁହେଁ।

ବହି କିମ୍ବା ମାଗାଜିନ୍: ଶୋଇବା ବେଳେ ମୁଣ୍ଡ ପାଖରେ କେବେ ବି ନ୍ୟୁଜପେପର ଓ ମାଗାଜିନ୍ ଆଦି ଜିନିଷ ରଖନ୍ତୁ ନାହିଁ। ଏଭଳି କରିବା ଫଳରେ ଜୀବନରେ ନକାରତ୍ମକ ଫଳ ମିଳିଥାଏ। ଜୀବନରେ ଅନେକ ସମସ୍ୟା ଦେଖାଦିଏ।

ପାଣି ବୋତଲ: ମୁଣ୍ଡ ପାଖରେ ପାଣି ଭର୍ତ୍ତି ପାତ୍ର କିମ୍ବା ବୋତଲ ରଖନ୍ତୁ ନାହିଁ। କାରଣ ଏହାଦ୍ବାରା ଚନ୍ଦ୍ର ଗ୍ରହ ପ୍ରଭାବିତ ହୋଇଥାଏ, ଯାହାକ ମାନସିକ୍ ରୋଗର ବିପଦ ସୃଷ୍ଟି କରେ।

ପର୍ସ: ମୁଣ୍ଡପାଖରେ କିମ୍ବା ତକିଆ ତଳେ ପର୍ସ ରଖି ଶୋଇବା ଉଚିତ୍ ନୁହେଁ। ଏଭଳି କଲେ ଜୀବନରେ ଆର୍ଥିକ ସମସ୍ୟା ସାମନା କରିବାକୁ ପଡିପାରେ।

ଯୋତା-ଚପଲ: ଅଧିକାଂଶ ଲୋକ ଶୋଇବା ବେଳେ ବେଡ୍‌ର ଆଖପାଖରେ ଜୋତା-ଚପଲ ବାହାର କରି ରଖିଦିଅନ୍ତି। ବାସ୍ତୁ ଅନୁସାରେ ଏହା ଠିକ୍ ନୁହେଁ। ଜୀବନରେ ନକାରତ୍ମକ ପ୍ରଭାବ ପକାଇଥାଏ।

ତେଲ: ବାସ୍ତୁ ଅନୁସାରେ, ମୁଣ୍ଡ ପାଖରେ ତେଲ ବୋତଲ ରଖିବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ଅନେକ ପ୍ରକାର ସମସ୍ୟାର ସାମନା କରିବାକୁ ପଡିଥାଏ।

SOA post below
Leave a comment