ଓଡ଼ିଶା କଂଗ୍ରେସରେ ଚାରି ନୂତନ ନିଯୁକ୍ତି

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆଜି ଓଡ଼ିଶା କଂଗ୍ରେସରେ ବଡଧରଣର ବଦଳି ହୋଇଛି । ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓଡ଼ିଶା କଂଗ୍ରେସର ନବକଳେବର ହେବ ବୋଲି ସୂଚନା ଦେଇଥିଲେ।

ଓଡିଶା ପ୍ରଦେଶ କଂଗ୍ରେସର ଦାୟିତ୍ୱରେ ଥିବା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇ ୩ଜଣ ନୂଆ ଏଆଇସିସି ସମ୍ପାଦକ ସହ ଜଣେ ଯୁଗ୍ମ ସମ୍ପାଦକଙ୍କୁ ଓଡ଼ିଶା ଦାଇତ୍ୱ ଦିଆଯାଇଛି। ଦିଲ୍ଲୀର ପୂର୍ବତନ ବିଧାୟକ ଅନିଲ ଚୌଧରି, ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର ରାଜୁ, ପୂର୍ବତନ ବିଧାୟକ ଶେଖ ମସ୍ତାନ ୱାଲି ଙ୍କୁ ଏଆଇସିସି ସମ୍ପାଦକ ଏବଂ ଆଦିତ୍ୟ ଶର୍ମା ଙ୍କୁ ଯୁଗ୍ମ ସମ୍ପାଦକ ଦାଇତ୍ଵ ଦିଆଯାଇଛି । ୨୪ଘଣ୍ଟା ନପୁରୁଣୁ ଏଭଳି ବଦଳିକୁ ନେଇ ପ୍ରସାଦ ବିରୋଧୀଙ୍କ ଏକପ୍ରକାର ନୀରବ ହୋଇଯାଇଥିବା ରାଜନୀତିକ ମହଲରେ ଚର୍ଚ୍ଚା ବିଷୟ ହୋଇଛି । ସଙ୍ଘଠନିକ ବଦଳି ଦେଖିବାକୁ ବାକିରହିଲା।

Sikshaya
Leave A Reply

Your email address will not be published.