କ୍ୱାର୍ଟର୍ସ ଭାଙ୍ଗି ବିଧାୟକଙ୍କ ପାଇଁ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା

0

ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସ ଭାଙ୍ଗି ଆପାର୍ଟମେଣ୍ଟ ହେବ । ଏହା ବଦଳରେ ନିର୍ମାଣ ହେବ ବହୁତଳ ବିଶିଷ୍ଟ କୋଠା । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ବିଧାନସଭାର ପୁରୁଣା ଏମଏଲଏ କ୍ୱାଟର୍ସ ଭଙ୍ଗାଯାଇ ନୂଆ ଫ୍ଲାଟ କରାଯିବ । ସେଠିଥିବା ପୁରୁଣା କ୍ୱାଟର୍ସ ଭିତରେ 42 ଟି ଏଫ ଓ ଆର ଟାଇପ ପୁରୁଣା ଏମଏଲଏ କ୍ୱାଟର୍ସ ରହିଛି । ସେଠାରେ ବହୁତଳ ବିଶିଷ୍ଟ ନୂଆ ଆପାର୍ଟମଣ୍ଟେ ପ୍ରସ୍ତୁତ କରିବାକୁ ନିଷ୍ପତି ହୋଇଛି । ତେଣୁ ତାକୁ ଆଜି ଠାରୁ ଭଙ୍ଗାଯିବା ପାଇଁ ନିଷ୍ପତି ହୋଇଛି । ଆଜି ଠାରୁ ଏହି ପୁରୁଣା କ୍ୱାର୍ଟର୍ସ ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟ ସ୍ପଷ୍ଟ କରିଛନ୍ତି ।

ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ କ୍ୱାଟର୍ସ ଗୁଡିକ ଟାଇପ୍ 8 ଢାଞ୍ଚାରେ ନିର୍ମାଣ ହେବ। ବିଧାୟକଙ୍କ ପାଇଁ କ୍ୱାଟର୍ସ ନିର୍ମାଣରେ 400 କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । କ୍ୱାର୍ଟର୍ସରେ ସମସ୍ତ  ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । 42ଟି ବିଧାୟକ ପୁରୁଣା କ୍ୱାଟର୍ସ ଭଙ୍ଗାଯିବ । ସେହିସ୍ଥାନରେ ଏକାଧିକ 9 ଓ 10 ମହଲା କୋଠା ତିଆରି କରାଯିବ । ନୂତନ ବିଧାୟକ କଲୋନୀରେ ବିଧାୟକଙ୍କୁ 7 ଟି କୋଠରି ବିଶିଷ୍ଟ ଘର ଯୋଗାଇ ଦିଆଯିବ । ସେଠାରେ ପାର୍କିଂ ସୁବିଧା ସହ ହଲ୍, ଜିମ୍ ଆଦି ରଖିବାକୁ ନିଷ୍ପତ୍ତି ହୋଇଛି । ବର୍ଷକ ଭିତରେ ନୂତନ ବିଧାୟକ କଲୋନି ନିର୍ମାଣ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସବୁ ବ୍ଲକର ଅଣ୍ଡର୍ ଗ୍ରାଉଣ୍ଡରେ ସୁଇମିଂ ପୁଲ୍, ଜିମ୍, କାର୍ ପାର୍କିଂ, ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ କକ୍ଷ କରାଯିବ। ନିର୍ମାଣ ହେବାକୁ ଥିବା ୧୫୦ଟି କ୍ବାଟର୍ସରୁ ୧୦୫ଟି ବିଧାୟକମାନଙ୍କ ରହଣି ପାଇଁ ଯୋଗାଇ ଦିଆଯିବ।

Leave A Reply

Your email address will not be published.