ବିଜୁ ଜୟନ୍ତୀରେ ବବିଙ୍କୁ ନୂତନ ଦାୟିତ୍ବ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ଜୟନ୍ତୀରେ ବବିଙ୍କୁ ନୂତନ ଦାୟିତ୍ବ ଉପହାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷ୍ଟମଥର ବିଜୁ ଜନତା ଦଳର ସଭାପତି ହେବାପରେ ମୁଖ୍ୟମନ୍ତ୍ରୀ ଆଜି ନିଜେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କୁ ଦଳର ସଂଗଠନ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଥିବା ଘୋଷଣା କରିଛନ୍ତି । ଏନେଇ ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ବିଜେପୁର ଏବଂ ପାଟକୁରା ଉପନିର୍ବାଚନ ସହ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ବବି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ତେଣୁ ବିଧାୟକ ବବି ଦଳର ସମସ୍ତ ସଂଗଠନ କାର୍ଯ୍ୟ ସମ୍ଭାଳିବେ ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତାଙ୍କ ମାଳମାଳ ସମାବେଶ ଓ ମୋଦିଙ୍କ ଘନଘନ ଗ୍ରସ୍ତ କୁ ଚ୍ୟାଲେଞ୍ଜ କରି ୧୧୩ ଟି ଆସନ ଅକ୍ତିଆର କରିଥିଲା ବିଜେଡି । ଆଉ ଏଥିପାଇଁ ଦିନ ରାତି ଏକ କରିଥିଲେ ବବି । ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ପୂର୍ବରୁ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିସାରିଛନ୍ତି । ସେ ସବୁବେଳେ ଦଳର ଏକ କର୍ତ୍ତବ୍ୟନିଷ୍ଠ ନେତା ଭାବେ ମୁଖ୍ୟମନ୍ତ୍ରୀଙ୍କର ଖୁବ ନିକଟତର । ସାରା ରାଜ୍ୟରେ ବିଜେଡ଼ି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ପଛରେ ତାଙ୍କର ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ବେଶ ପ୍ରଶଂସନୀୟ । ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ମଜଭୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତେଣୁ ମୁଖ୍ୟମନ୍ତ୍ରୀ ବବିଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ବିଜେଡ଼ିର ସଂଗଠନ ସମ୍ପାଦକ ପରି ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.