ଭୁବନେଶ୍ୱରର ଡିସିପି ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଏସପି ଉମାଶଙ୍କର ଦାସ ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରର ଡିସିପି ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ଡିପିସି ଇନଚାର୍ଜ ଅନୁପ କୁମାର ସାହୁଙ୍କୁ ଗୁଇନ୍ଦା ଡିଆଇଜି ଭାବେ ବଦଳି ହେବା ପରେ ଉମାଶଙ୍କରଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ୨୦୦୮ ବ୍ୟାଚ୍‍ ଆଇପିଏସ ଡକ୍ଟର ଉମାଶଙ୍କର ଦାସ ଜଣେ ଦକ୍ଷ ପୋଲିସ ଏସପି ଥିଲେ ।

ସୂଚନା ଅନୁଯାୟୀ, ଶ୍ରୀ ଉମାଶଙ୍କର ଦାସ ଜଣେ କର୍ତବ୍ୟନିଷ୍ଠ ଏସପି ଭାବେ ପୁରୀରେ ନିଜର ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ଶ୍ରୀମନ୍ଦିର ପାର୍ଶ୍ୱବର୍ତୀ ଉଚ୍ଛେଦ ଠାରୁ ଆରମ୍ଭ କରି ଚଳିତ ରଥଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ହେବ ଏନେଇ ଶ୍ରୀ ଦାସଙ୍କ ଅବଦାନ ଅତୁଳନୀୟ । ସେ ନିଜ କର୍ତ୍ତବ୍ୟରେ କୌଣସି ଅବହେଳା ନକରି ପୁରୀ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାକୁ ଖୁଵ ଭଲଭାବେ ପରିଚାଳନା କରିପାରିଥିଲେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ଦାୟିତ୍ୱ ପ୍ରଦାନ କରାଯାଇଛି । ଶ୍ରୀ ଦାସଙ୍କୁ ତାଙ୍କ ନୂତନ ଦାୟିତ୍ୱ ଗ୍ରହଣ ପରିପେକ୍ଷରେ ଓଡିଶା ଫାଷ୍ଟ ପକ୍ଷରୁ ଅନେକ ଅନେକ ଶୁଭେଚ୍ଛା ।

Leave A Reply

Your email address will not be published.