ନୂଆଦିଲ୍ଲୀରେ ଆଉ ୭ ଦିନ ବଢିଲା ଲକଡାଉନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ ରେ ଆଉ ସପ୍ତାହେ ବଢିଲା ଲକଡାଉନ୍ । କରୋନା ସଂକ୍ରମଣକୁ ନଜରରେ ରଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଲକଡାଉନ୍ ଅବଦ୍ଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ମେ ୧୦ରେ ଦିଲ୍ଲୀରେ ଲକଡାଉନ୍ ଶେଷହୋଇଥାନ୍ତା । କିନ୍ତୁ ଏହାକୁ ମେ ୧୭ ସକାଳ ଯାଏଁ ବୃଦ୍ଧି କରାଯାଇଛି । ଚଳିତ ଥର ଲକଡାଉନ ଅଧିକ କଡାକଡି ହେବ । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନେବାକୁ ହେବ । ଦିଲ୍ଲୀରେ ସୋମବାରଠୁ ମେଟ୍ରୋ ସେବା ବନ୍ଦ ରହିଛି । ଏହା ପୂର୍ବରୁ ଲାଗିଥିବା ଲକ୍‌ଡାଉନ୍‌ ଅବଧି ୩ ମେ’ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ଏବେ ୧୭ ମେ’ ସକାଳ ୫ ଯାଏ ଘୁଞ୍ଚାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.