ରାଜ୍ୟରେ ଖୋଲିଲା ଆଉ ୫ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଉ ୫ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ଏହି ୫ଟି ହସ୍ପିଟାଲରେ ୮୨୫ଟି ନୂଆ ବେଡ୍ ସହ ରାଜ୍ୟରେ କୋଭିଡ୍ ହସ୍ପିଟାଲ ବେଡ୍ ସଂଖ୍ୟା ୪୯୭୬କୁ ବୃଦ୍ଧି ପାଇଛି। ଅନୁଗୋଳ, ବରଗଡ଼, ଜଗତସିଂହପୁର, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲଗୁଡ଼ିକର ଲୋକାର୍ପଣ କରିଥିଲେ। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ୫ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରସ୍ତୁତିରେ ମହାନଦୀ କୋଲଫିଲଡ୍, ଇଣ୍ଡିଆନ ଅଏଲ କର୍ପୋରେସନ ଲିଃ, ପାରାଦୀପ ପୋର୍ଟ ଟ୍ରଷ୍ଟ, ନାଲକୋ ଓ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠିର ସହଭାଗିତା ରହିଛି। ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ୩୦ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାସହ ମୋଟ ବେଡ୍ ସଂଖ୍ୟା ୪୯୭୬କୁ ବୃଦ୍ଧି ପାଇଛି।

ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୋଭିଡ-୧୯ ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ ଓ ତ୍ୟାଗକୁ ପ୍ରଶଂସା କରିଛନ୍ତି। ସବୁସ୍ତରରେ ଲୋକମାନଙ୍କ ତ୍ୟାଗ, ସହଯୋଗ ଓ ଉର୍ତ୍ସଗୀକୃତ ବ୍ୟବସ୍ଥା ଯୋଗୁ ଏହା ହାସଲ ହୋଇପାରିଛି।
କଟକଣା ଉଠିବା ପରେ ଅନ୍ୟ ରାଜ୍ୟରେ ରହିଥିବା ଓଡ଼ିଶାର ଭାଇଭଉଣୀମାନଙ୍କୁ ଫେରାଇ ଆଣିବା ନିମନ୍ତେ ସମ୍ପୃକ୍ତ ରାଜ୍ୟ ଓ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଓଡ଼ିଶା ସରକାର ସେମାନଙ୍କୁ ଫେରାଇ ଆଣିବେ। ବୈଷୟିକ ଜ୍ଞାନକୌଶଳ ଓ ମାନବିକ ଦୃଷ୍ଟିଭଙ୍ଗୀ ସହିତ ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ ସାମିଲ କରି ଗୋଷ୍ଠୀ ତଦାରଖ ବ୍ୟବସ୍ଥା ଭିତ୍ତିରେ ସେମାନଙ୍କୁ ଫେରାଇ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.