ନୂଆ ବର୍ଷରେ ନୂଆ ପିସିିସି ପାଇଁ ଇସାରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତି ପଦରୁ ହଟିବେ ବୋଲି  ଚର୍ଚ୍ଚା ହେଉଛି।  ତାଙ୍କ ବଦଳରେ ଜଣେ ଯୁବ ନେତୃତ୍ୱକୁ ପିସିସି ମଙ୍ଗ ଧରାଇବା ପାଇଁ ଦିଲ୍ଲୀରେ ଚାଲିଛି ବିଚାର ବିମର୍ଷ । ଜାନୁଆରୀ ମାସରେ ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ବଦଳି କରି ନୂଆ ସଭାପତିଙ୍କ ନାଁ କଂଗ୍ରେସ ଅଧକ୍ଷା ଘୋଷଣା କରିବେ ବୋଲି ଚର୍ଚା ହେଉଛି । ବିଧାୟକ ସୁର ରାଉତରାୟଙ୍କୁ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ସେ କହିଥିଲେ ଯେ, ସୋନିଆ ଗାନ୍ଧୀ ଯାହାକୁ ସଭାପତି କରି ପଠାଇବେ ଆମେ ତାଙ୍କୁ ମାନିବୁ । ସେ ମହମ୍ମଦ ମୁକିମ ହୁଅନ୍ତୁ କି ଚିରଞ୍ଜିବି ବିଶ୍ୱାଳ କି ପ୍ରଦୀପ ମାଝୀ କି ଶରତ ପଟ୍ଟନାୟକ ଯାହାକୁ ସୋନିଆ ସଭାପତି କରିବେ ତାକୁ ଆମେ ମାନିବୁ । ସୁରଙ୍କ ଏପରି ବୟାନରୁ ଜଣା ପଡୁଛି ଯେ ନୂଆ ବର୍ଷରେ ନୂଆ ପସିସି ସଭାପତି ହେବେ।

Leave A Reply

Your email address will not be published.