ନ୍ୟୁଜିଲାଣ୍ଡରୁ ଉଠିଲା ସମସ୍ତ କରୋନା କଟକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବାମଦଳ ଶାସିତ ନ୍ୟୁଜିଲାଣ୍ଡ କରୋନାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛି । ଏବେ ଦେଶର ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ବେଳେ ଗତ ଦୁଇସପ୍ତାହ ହେବ କୌଣସି ସଂକ୍ରମିତ ନଥିବା ନ୍ୟୁଜିଲାଣ୍ଡ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ରିପୋର୍ଟ ଆସିବା ପରେ ସରକାରଙ୍କ ତରଫରୁ ଲଗାଯାଇଥିବା କରୋନା କଟକଣା ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି ।
ଯେମିତି କି ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ସାମାଜିକ ଦୂରତା ବଜାୟ ରଖିବା ଭଳି କଟକଣାରୁ ଦେଶବାସୀଙ୍କୁ ମୁକ୍ତ କରାଯାଇଛି । ଏଥିସହିତ ବିଦେଶୀମାନଙ୍କ ପାଇଁ ଦେଶର ସୀମାକୁ ଏବେ ବନ୍ଦ ରଖାଯାଇଛି।
ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରର୍ଡେନ କହିଛନ୍ତି କି ଏବେ ଆମେ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ କରୋନାକୁ ହରାଇଛୁ । ଏହା ପରେ ଉନ୍ନତ ସ୍ୱାସ୍ଥ୍ୟ ସେବା, ଯୋଗାଣ ବ୍ୟବସ୍ଥା, ଆର୍ଥିକ ବିକାଶ ସହ ଦେଶ କିଭଳି ବିଜ୍ଞାନ ସମ୍ମତ ସମାଜବାଦକୁ ଆଗକୁ ବଢାଇବ ସେ ନେଇ ସରକାର କାମ କରିବ ।
ନ୍ୟୁଜିଲାଣ୍ଡରେ ମାର୍ଚ୍ଚ ୨୫ ଠାରୁ ଲକ୍ ଡାଉନ ଜାରି ରହିଥିଲା । ଏହାରି ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଲେବର ପାର୍ଟି ବହୁ ମତରେ ଜିତିଥିଲା । ଏହା ପରେ ଲେବର ପାର୍ଟିର ନେତୃତ୍ୱ ନେଉଥିବା ତଥା ନ୍ୟୁଜିଲାଣ୍ଡର ପ୍ରିୟ ନେତା ଜେସିଣ୍ଡା ଆରର୍ଡେନ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ ହୋଇଥିଲେ ।
ସୂଚନାଯୋଗ୍ୟ, ଏବେ ବିଶ୍ୱର ୨୧୩ ରାଷ୍ଟ୍ର କରୋନା ଭଳି ମହାମାରୀରେ ପୀଡିତ ହୋଇଛନ୍ତି । କୋଟି କୋଟି ଲୋକ ଏହି ଅଦୃଶ୍ୟ ଭୂତାଣୁ କବଳରେ ପଡି ପ୍ରାଣ ହରାଇଛନ୍ତି । କରୋନା ମହାମାରୀ ପାଇଁ ସାରା ବିଶ୍ୱର ସମସ୍ତ ପ୍ରକାର କାରବାର ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କ ନିଯୁକ୍ତି ହରାଇଥିଲେ । ବିଶ୍ୱର ପ୍ରାୟ ସବୁ ଦେଶ ଆର୍ଥିକ ମାନ୍ଦାବସ୍ତା ଦେଇ ଗତି କରୁଛନ୍ତି । ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ ଭଳି ଏକ ଛୋଟ ରାଷ୍ଟ୍ର ସମ୍ପୂର୍ଣ୍ଣ କରୋନା ମୁକ୍ତ ହେବା ବିଶ୍ୱ ପାଇଁ ଏକ ଆଶା ସଂଚାର କରିଛି ।

Leave A Reply

Your email address will not be published.