ନବବଧୂର ମୁଖ୍ୟମନ୍ତ୍ରୀଙ୍କୁ କୋହଭରା ନିବେଦନ

0

ଓଡିଶା ଫାଷ୍ଟ (ବ୍ୟୁରୋ): ବିସ୍ଫୋରଣରେ ସ୍ୱାମୀ ସୌମ୍ୟଶେଖରଙ୍କ ମୃତ୍ୟୁ ହୋଇଥିବା ଖବର ଘଟଣାର ୨୫ ଦିନ ପରେ ଜାଣିଲେ ରିମା। କଟକ ମେଡିକାଲ୍ ପ୍ଲାଷ୍ଟିକ୍ ସର୍ଜରି ବର୍ନ ୱାର୍ଡରେ ସକାଳୁ ଟିଫିନ୍ ଖାଉଥିବା ବେଳେ ଏକ ପୁରୁଣା ଖବର କାଗଜରୁ ରିମା ସ୍ୱାମୀଙ୍କ ମୃତ୍ୟୁ ଖବର ଜାଣିବାକୁପାଇଥିଲେ। ସ୍ୱାମୀ ତ ମରି ଯାଇଛନ୍ତି, ତାଙ୍କୁ କାହିଁକି ବଞ୍ଚାଇଲ ବୋଲି କାନ୍ଦି କାନ୍ଦି କହୁଥିଲେ ରିମା ।

ଏହି ଘଟଣାରେ ସୌମ୍ୟ ଶେଖରଙ୍କର କିଛି ବି ଦୋଷ ନଥିଲା । ବିନା ଦୋଷରେ ତାଙ୍କ ନିରୀହ ସ୍ୱାମୀ ସୌମ୍ୟ ଶେଖରଙ୍କ ମୃତ୍ୟୁ ହୋଇଛି । ପାର୍ସଲ କେଉଁଠୁ ଆସିଥିଲା, କିଏ ଦେଇଥିଲା, ତାହାର ସବିଶେଷ ଯାଞ୍ଚ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଗତ ଫେବ୍ରୁଆରି ମାସ ୨୩ ତାରିଖରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଂଚଳରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ୨୫ ଦିନ। ୨୫ ଦିନପରେ ମୃତ ସୌମ୍ୟଶେଖରଙ୍କ ମାଆ ଏବଂ ଶ୍ୱଶୁର ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଏବଂ ବିସ୍ଫୋରଣ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଘଟଣାର ତଦନ୍ତ ତ୍ୱରାନ୍ୱିତ କରାଯିବ ବୋଲି ଆଶ୍ବାସନା ଦେଇଛନ୍ତି।

ପାର୍ସଲ ବୋମା କେଉଁଠୁ ଆସିଛି ଏବଂ କିଏ ଦେଇଛି ତାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ଏକ ନୂଆ ତଥ୍ୟ ସାମନାକୁ ଆସିଥିଲା। ସୌମ୍ୟଙ୍କୁ ଜଣେ ଅଜଣା ବ୍ୟକ୍ତି ନିର୍ବନ୍ଧ ପୂର୍ବରୁ ଫୋନରେ ଦୁଇଥର ଧମକ ଦେଇଥିବା ଜଣାପଡ଼ିଥିଲା।
ପ୍ରେମ ବ୍ୟାପାରକୁ ସୌମ୍ୟଶେଖରଙ୍କ ମା’ ଖଣ୍ଡନ କରିବା ସହ ଏହା ପଛରେ ଇର୍ଷା ବା ପ୍ରତିଶୋଧ ଥାଇପାରେ ବୋଲି କହିଛନ୍ତି।

Sikshaya
Leave A Reply

Your email address will not be published.