ସିରିଜ୍ କବଜା କଲା ନ୍ୟୁଜିଲାଣ୍ଡ

0

ଓଡିଶା ଫାଷ୍ଟ( ବ୍ୟୁରୋ): ଇଡେନ ପାର୍କଠାରେ ଅନୁଷ୍ଠିତ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୨ ରନ୍‌ରେ ବିଜୟ ହାସଲ କରି ସିରିଜ କବଜା କରିଛି। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଘରୋଇ ଦଳ ୨-୦ ବ୍ୟବଧାନରେ ଆଗୁଆ କବ୍‌ଜା କରିନେଇଛି। ମ୍ୟାଚ୍‌ରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା କାଇଲ ଜାମିସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ୍‌ କରିଥିଲା। ଦଳ ପାଇଁ ମାର୍ଟିନ ଗୁପଟିଲ ୭୯, ରସ ଟେଲର ୭୩* ଓ ହେନ୍‌ରୀ ନିକୋଲାସ ୪୧ ରନ୍‌ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୩ ଓ ଶାର୍ଦ୍ଦୁଳ ଠାକୁର ୨ ଉଇକେଟ ନେଇଥିଲେ। ୨୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଭାରତ ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ନବଦୀପ ସଇନି ଅଷ୍ଟମ ଉଇକେଟ ଲାଗି ୭୬ ରନ୍‌ର ଭାଗୀଦାରି କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ଉଇକେଟ ପତନ ହେବାରୁ ଦଳ ୨୫୧ ରନ୍‌ରେ ସୀମିତ ରହିଥିଲା। ଜାଡେଜା ୫୫, ଶ୍ରେୟାସ ଆୟାର ୫୨ ଓ ସଇନି ୪୫ ରନ୍‌ କରିଥିଲେ। ବିଜୟୀ ଦଳ ଲାଗି ହାମିଶ ବେନଟ, ଟିମ ସୌଦି, ଜାମିସନ ଓ କଲିନ ଡେ ଗ୍ରାଣ୍ଡହୋମ ୨ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Leave A Reply

Your email address will not be published.