ପୁଣି ଡରାଇଲା କରୋନା, ଆସନ୍ତା ୨୬ ପରେ ଲାଗୁ ହୋଇପାରେ ନାଇଟ କର୍ଫ୍ୟୁ !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ଲାଭ କରିଛନ୍ତି । ଧୀରେ ଧୀରେ ଜନ ଜୀବନ ସ୍ୱାଭାବିକ ହେବାରେ ଲାଗିଛି । ଆଗକୁ ନୂଆବର୍ଷ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସତର୍କ ହୋଇଗଲେଣି । ନୂଆବର୍ଷ ପାଇଁ ଲୋକେ କୋଭିଡ ନିୟମ ଉଲଂଘନ କରିବା ଆଶଙ୍କାରେ ଆସନ୍ତା ଡିସେମ୍ବର ୨୬ ରାତିରୁ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଲାଗୁ କରିବା ନେଇ ଚର୍ଚ୍ଚା ହେଉଛି । ବ୍ରିଟେନରୁ ପଜିଟିଭ ରୋଗୀ ଭୁବନେଶ୍ୱର ପହଂଚିବା ପରେ ରାଜ୍ୟ ସରକାର ଏଭଳି କଠୋର ପଦକ୍ଷେପ ନେବାକୁ ସ୍ଥିର କରିଥିବା ଵିଶେଷ ସୂତ୍ରରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ବ୍ରିଟେନରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି । ବ୍ରିଟେନରୁ ପଜିଟିଭ ରୋଗୀ ଭୁବନେଶ୍ୱର ପହଂଚିବା ପରେ ଏବେ ଚିନ୍ତାରେ ପ୍ରଶାସନ । ଗତ ୧୪ ଦିନ ଭିତରେ ୪୩ ଜଣ ବ୍ରିଟେନ୍‌ରୁ ଓଡ଼ିଶା ଫେରିଥିବା ନେଇ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ତାମିଲନାଡୁ ସରକାର କରୋନା ସଂକ୍ରମଣରେ ରୋକ ଲଗାଇବାକୁ ନାଇଟ କର୍ଫ୍ୟୁ ପୁନର୍ବାର ଲାଗୁ କରିସାରିଛନ୍ତି ।

Leave A Reply

Your email address will not be published.