ସଂକ୍ରାନ୍ତିରେ ଉଡ଼ିଗଲା ଶ୍ରୀମନ୍ଦିରର ନୀଳଚକ୍ର ବାନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀରେ ପ୍ରବଳ ବର୍ଷା ସାଙ୍ଗକୁ ପବନରେ ଉଡି ଯାଇଛି ପୁରୀ ଶ୍ରୀମନ୍ଦିରର ନୀଳଚକ୍ର ବାନା । ବାନାକୁ ନୀଳଚକ୍ର ସହିତ ଏକ ବଡ ବାଉଁଶରେ ବନ୍ଧା ଯାଇଥିଲା। ହେଲେ ପ୍ରବଳ ବର୍ଷା ପବନ ପରେ ନୀଳଚକ୍ରରେ ବାନା ନଥିବା ଦେଖିବାକୁ ମିଳିଛି ।
ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମନ୍ଦିରରେ ବାନା ନଥିଲେ ମହାପ୍ରଭୁଙ୍କ ନୀତି ପାଳନ ହେବନାହିଁ । ପୁଣି ବାନା ବନ୍ଧା ଯିବା ପରେ ମନ୍ଦିରରେ ମହାପ୍ରଭୁଙ୍କ ନୀତି ଚାଲିବ । ମହାପ୍ରଭୁ ଏବେ ଅଣସର ଘରେ ଥିବା ବେଳେ ମନ୍ଦିରରୁ ବାନା ଉଡିଯିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅନେକ ଚର୍ଚା ଜୋର ଧରିଛି । ବଡ ଦାଣ୍ଡର ଅନେକ ସ୍ଥାନ ବର୍ଷା ପାଣିରେ ବୁଡି ରହିଛି । ଆଉ ଏହାରି ଭିତରେ ଯାଆ ଆସ କରୁଛନ୍ତି ଲୋକେ ।

Leave A Reply

Your email address will not be published.