୯ ଜଣ ପାଇଲେ ଫାଶୀ ଦଣ୍ଡାଦେଶ

0

ଗୁଣିଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା

ଓଡିଶା ଫାଷ୍ଟ (ରାଜେଶ): ଗୁଣପୁର-୨୦୧୬ ସେପ୍ଟେମ୍ବର ୯ରେ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ତଲଣା ପଞ୍ଚାୟତ କିିତୁଂ ଗ୍ରାମରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ବାପା, ମାଆ, ଝିଅଙ୍କୁ ହତ୍ୟା କରାଯାଇଥିଲା। ଗୁଣପୁର ଏଡିଜେ କୋର୍ଟ ଶୁକ୍ରବାର ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏଡିଜେ ଶୁଭେନ୍ଦୁ କୁମାର ପତି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଥିବା ୯ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବା ଜଣାପଡିଛି। ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଡେଙ୍ଗୁନ ଶବର, ଦଲଶ ଶବର, ଆଜନ୍ତ ଶବର, ପଢ଼ନ୍ତୁ ଶବର, ମାଲକୁ ଶବର, ଇରୁ ଶବର, ବୁବୁନା ଶବର, ଜାମାଶୁ ଶବର ଏବଂ ଦଶନ୍ତ ଶବର।

ପ୍ରକାଶ ଯେ, ସେପ୍ଟେମ୍ବର ୯ ତାରିଖରେ ଅସିନଙ୍କ ସମେତ ତାଙ୍କ ସ୍ତ୍ରୀ ଆମ୍ବେୟା ଏବଂ ବଡ ଝିଅଙ୍କୁ ଘରୁ ଡାକି ଆଣି ଗାଁରେ ଥିବା ଏକ ଗୁହାଳରେ ବାନ୍ଧି ପିଟି ପିଟି ହତ୍ୟା କରାଯାଇଥିଲା। ସୌଭାଗ୍ୟବଶତଃ ଏଥିରେ ସାନଝିଅ ମେଲିତା ବଞ୍ଚିଯାଇଥିଲେ। ତେବେ ଅଭିଯୁକ୍ତମାନେ ୩ଜଣଙ୍କୁ ମାରି ଗାତ କରି ପୋତି ଦେଇଥିଲେ। ପରେ ସେଠାରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣା ପ୍ରକଟ ହୋଇଯିବା ଭୟରେ ମୃତଦେହଗୁଡିକୁ ବାହାର କରି ପୋଡିଦେଇଥିଲେ। ପୁଟାସିଂ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରି ଜଣେ ବାଳ ଅପରାଧୀଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଥିଲା। ଏନେଇ ଗୁଣପୁର ଏଡିଜେଙ୍କ କୋର୍ଟରେ ମାମଲା ଚାଲୁଥିଲା। ବୁଧବାର ଏହି ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆଜି ଏଡିଜେଙ୍କ କୋର୍ଟରେ ସେମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

Leave A Reply

Your email address will not be published.