ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ପଦରୁ ଆଜି ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ସେ ନୈତିକତା ଦୃଷ୍ଟିରୁ ଏହି ଇସ୍ତଫା ଦେଇଥିବା କହିଛନ୍ତି । ରାଜ୍ୟରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନିରଞ୍ଜନ ନିଜକୁ ଦାୟୀ କରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ତାଙ୍କର ଅନେକ ଚେଷ୍ଟା ସତ୍ତ୍ୱେ ସେ କଂଗ୍ରେସକୁ ସୁଦୃଢ଼ କରିବାରେ ଅସଫଳ ରହିଥିଲେ । ସେ ଆଜି ସେ ନିଜ ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷଙ୍କ ନିକଟକୁ ପଠାଇଛନ୍ତି ବୋଲି ମଧ୍ୟ କହିଛନ୍ତି । ଏହାସହ ସେ ବିଜୟଲାଭ କରିଥିବା କଂଗ୍ରେସର ୯ବିଧାୟକ ପ୍ରାର୍ଥୀ ଓ ଜଣେ ସାଂସଦ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଦେବାସହ ୫ମ ଥର ପାଇଁ ସରକାର ଗଠନ କରିବାକୁ ଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଅନୁଯାୟୀ, ଏଥର ନିର୍ବାଚନରେ କଂଗ୍ରେସ ମାତ୍ର ୯ଟି ବିଧାନସଭା ଆସନ ଅକ୍ତିଆର କରିଥିବା ବେଳେ କେବଳ ଗୋଟିଏ ସାଂସଦ ଆସନରେ ବିଜୟ ଲାଭ କରିଛନ୍ତି । ନିରଞ୍ଜନ ପଟ୍ଟନାୟକ ଉଭୟ ଭଣ୍ଡାରିପୋଖରୀ ଓ ଘଷିପୁରା ଆସନରୁ ପରାଜିତ ହୋଇଥିବା ବେଳେ ତାଙ୍କ ପୁଅ ମଧ୍ୟ ବାଲେଶ୍ଵର ଲୋକସଭା ଆସନରୁ ହାରିଯାଇଛନ୍ତି ।

Leave A Reply

Your email address will not be published.