ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି : ସୀତାରମଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ଯୋଗୁ ଦେଶର ଅର୍ଥ ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜଧାନୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ସୀତାରମଣ କହିଛନ୍ତି ଯେ, ‘ଏବେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିଛି।’ ଏଥର ଜିଏସଟି ଆଦାୟ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ଶକ୍ତି ଏବଂ ରେଳ ରାଜସ୍ୱ ଆଦାୟରେ ମଧ୍ୟ ବୃଦ୍ଧି ଘଟିଛି। ଆତ୍ମନିର୍ଭର ଭାରତ ଅଭିଯାନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୨୮ଟି ରାଜ୍ୟ ଓ ୟୁଟିରେ ଏକ ରାସନ କାର୍ଡ ଲାଗୁ ହୋଇଛି। ପ୍ରବାସୀ ଯେଉଁଠି କାମ କରୁଛନ୍ତି, ସେଠାରୁ ରାସନ ପାଇ ପାରୁଛନ୍ତିି। ପିଏମ୍ ଉଠା ଦୋକାନୀ ଆତ୍ମନିର୍ଭର ସ୍କିମ୍ ମଧ୍ୟ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।
ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଅନ୍ତର୍ଗତ ଯେଉଁ ନୂଆ କର୍ମଚାରୀଙ୍କ ନାମ ଇପିଏଫରେ ପଞ୍ଜୀକୃତ ହୋଇନି କିମ୍ବା କରୋନା ଯୋଗୁ ତା’ ରୋଜଗାର ଯାଇଛି ସେମାନଙ୍କୁ ଲାଭ ମିଳିବ। ଇପିଏଫ୍ ଅନ୍ତର୍ଗତ ରେଜିଷ୍ଟର ସଂସ୍ଥା ନୂଆ ନିଯୁକ୍ତି ଦେଲେ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ଭରିବ। ହଜାରେରୁ କମ୍ କର୍ମଚାରୀ ଥିବା ସଂସ୍ଥାରେ ୨୪ ପ୍ରତିଶତ ଇପିଏଫ୍ କେନ୍ଦ୍ର ଦେବ। ସଂସ୍ଥାକୁ ଦେବାକୁ ଥିବା ୧୨ ପ୍ରତିଶତ ଓ କର୍ମଚାରୀଙ୍କ ୧୨ ପ୍ରତିଶତ ଏଥିରେ ସାମିଲ ରହିଛି। ଏହି ଇପିଏଫ୍ ଭରଣା ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ଚାଲିବ।

Leave A Reply

Your email address will not be published.