ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିହାରରେ ସବୁ ଲୋକଙ୍କୁ ଦିଆଯିବ ମାଗଣା କରୋନା ଟୀକା। ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା ଘୋଷଣା କରିଛନ୍ତି । ସେହିପରି ବ୍ୟବସାୟ ନିମନ୍ତେ ଆଗ୍ରହୀ ଯୁବକଯୁବତୀଙ୍କୁ ମଧ୍ୟ ସରକାର ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ୧% ସୁଧରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ସୂଚନା ଯୋଗ୍ୟ, ବିହାର ସରକାର ୨୦ ଲକ୍ଷ ଚାକିରି ଯୋଗାଇବା ପାଇଁ କ୍ୟାବିନେଟରେ ଏକ ପ୍ରସ୍ତାବ ପାରିତ କରିଛନ୍ତି। ଏଥି ସହିତ ତାଲିମ ଗୁଣବତ୍ତା ବଢ଼ାଇବା ପାଇଁ ପାଇଁ ଆଇଆଇଟି ଏବଂ ପଲିଟେକ୍ନିକ୍ ଅନୁଷ୍ଠାନରେ କେନ୍ଦ୍ର ସ୍ଥାପନ ପାଇଁ କ୍ୟାବିନେଟ୍ ମଧ୍ୟ ଏକ ପ୍ରସ୍ତାବ ପାରିତ କରିଛି। ଏହା ସହ ବୈଷୟିକ ପାଠ୍ୟକ୍ରମ ହିନ୍ଦିଭାଷାରେ ଦିଆଯିବାକୁ ମଧ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ସହରରେ ବୁଢ଼ାବୁଢ଼ିଙ୍କ ପାଇଁ ବହୁ ମହଲା ଅଟ୍ଟାଳିକା ବ୍ୟବସ୍ଥା କରାଯିବ ଏବଂ ଯୁବତୀମାନଙ୍କୁ ଇଣ୍ଟର ମିଡ଼ିଏଟ ପାସ କଲେ ୨୫୦୦୦ ଓ ସ୍ନାତକ ପାଠ୍ୟକ୍ରମ ଶେଷ କଲେ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କରାଯାଇଛି ।
