ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସ ଓ ସାଇବର ୟୁନିଟ ଦ୍ୱାରା ସତ ଚେଷ୍ଟା ସତ୍ୱେ ଅଙ୍କୁଶ ଲାଗିପାରିନି ଅଶ୍ଲୀଳ ଭାଇରାଲ ଭିଡିଓ ଉପରେ। ବାରମ୍ବାର ରାଜ୍ୟର କୌଣସି ନା କୌଣସି ସ୍ଥାନରୁ ଅଶ୍ଳୀଳ ଭାଇରାଲ ଭିଡ଼ିଓ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଥର ଭାଇରାଲ ହୋଇଥିବା ଭିଡ଼ିଓ ଟି ଭୁବନେଶ୍ୱର ର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ଯୁବତୀ ଙ୍କର।
ସୂଚନା ଅନୁଯାୟୀ, ପ୍ରାୟ ୨ରୁ ୩ ଦିନ ହେବ ସୋସିଆଲ ମିଡ଼ିଆ ରେ ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି ଏକ ଅଶ୍ଳୀଳ ଭିଡ଼ିଓ। ତାହାପୁଣି ରାଜଧାନୀ ଭୁବନେଶ୍ୱର ର ଏକ ପ୍ରତିଷ୍ଟିତ ସରକାରୀ କଲେଜ ର ଛାତ୍ରୀ। ଏଥିରେ ଯୁବତୀ ଜଣକଙ୍କ ର ଅନ୍ତରଙ୍ଗ ମୁହୂର୍ତ୍ତ ର ଫୋଟୋ ଓ ଭିଡ଼ିଓ ଭାଇରାଲ ହୋଇଛି। ଯୁବତୀ ଙ୍କ ଘର ୟୁନିଟ ୮ ଅଞ୍ଚଳ ରେ ହୋଇଥିବା ସୂଚନା ମିଳିଥିବାବେଳେ କିଏ ଓ କାହିଁକି ଏହି ଭିଡ଼ିଓ କୁ ଭାଇରାଲ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ସାଇବର ୟୁନିଟ ଖୋଲି ମଧ୍ୟ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ। ପୋଲିସ କାର୍ଯ୍ୟାନୁଷ୍ଠାନ ଠିକରେ ହେଉନଥିବାରୁ ଏହିପରି ଭାଇରାଲ ଭିଡ଼ିଓ ବାରମ୍ବାର ମାର୍କେଟ କୁ ଆସୁଥିବା ଜନସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି।