ରାଫେଲ୍‌ କିଣାରେ ଦୁର୍ନୀତି ହୋଇନି: ସୁପ୍ରିମ୍‌କୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଫେଲ ଡିଲ୍‌ରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ଏବଂ ଏହାର ତଦନ୍ତ ଆବଶ୍ୟକ ନାହିଁ ବୋଲି ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏଥିସହ ମୋଦି ସରକାରଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ହୋଇଥିବା ସମସ୍ତ ପିଟିସନକୁ ଡିସ୍‌ମିସ୍‌ କରିଦେଇଛନ୍ତି । ପ୍ରତିରକ୍ଷା ବିଭାଗର ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି ପ୍ରଧାନ ବିଚାରପତି ଗୋଗୋଇଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ସୂଚିତ କରିଛନ୍ତି । ଏହାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ ଚିଟ ମିଳିଛି ।

ଭାରତ ଫ୍ରାନ୍ସଠାରୁ ୫୮ ହଜାର କୋଟି ଟଙ୍କା ମୂଲ୍ୟର ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ଘଟଣାରେ ଦୁର୍ନୀତି ହୋଇଥିବା ବିରୋଧୀ ଅଭିଯୋଗ କରିବା ପରେ ଏହାର ଯାଞ୍ଚ ପାଇଁ ସୁପ୍ରିମେକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ତେବେ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଧାରଣା ଆଧାରରେ ଦେଶର ପ୍ରତିରକ୍ଷାକୁ ବଳି ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.