ବାଲଟ ପେପରରେ ନିର୍ବାଚନକୁ ସୁପ୍ରିମକୋର୍ଟଙ୍କ ନା ଜନସ୍ୱାର୍ଥ ମାମଲା ଖାରଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଇଭିଏମ୍‌ ମେସିନ୍‌ ପରିବର୍ତ୍ତେ ବାଲଟ ପେପରରେ ନିର୍ବାଚନ କରାଇବା ପାଇଁ କରାଯାଇଥିବା ଆବେଦନକୁ ମାନ୍ୟବର ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି କହିଛନ୍ତି ଯେ, ପ୍ରତି ମେସିନ୍‌ରେ ତ୍ରୁଟି ଏବଂ ଦୂରପଯୋଗର ଆଶଙ୍କା ରହିଛି । ସେହିପରି ପ୍ରତିଟି ପ୍ରଣାଳୀରେ ମଧ୍ୟ ଭୁଲ୍‌ ହେବାର ଶଙ୍କା ଅଛି । ମାତ୍ର ସେଥିପାଇଁ ଇଭିଏମ୍‌ ବଦଳରେ ବାଲଟ ପେପରର ପ୍ରଚଳନ କରାଯିବ ନାହିଁ । ତେବେ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା । ଯାହାକୁ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି ।ଅନ୍ୟପଟେ ସୁପ୍ରିମକୋର୍ଟ ଏ ନେଇ ନିର୍ବାଚନ କମିସନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି । ଆସନ୍ତା ନିର୍ବାଚନରେ ଇଭିଏମର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନେଇ ପୂର୍ବରୁ ନିର୍ବାଚନ କମିଶନ ଓ.ପି ରାୱତ କହିଥିଲେ । ତେବେ ଏହାକୁ ବିରୋଧୀମାନେ ବିରୋଧ କରି ବାଲଟ ପେପରର ବ୍ୟବସ୍ଥା କରିବା ପାଇଁ ଦାବି କରିଆସୁଥିଲେ । ଡିଜିଟାଲ୍ ଯୁଗରେ ଇଭିଏମ ଭଳି ବ୍ୟବହାର କରିବା ଭୋଟରଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଥିଲେ ନିର୍ବାଚନ କମିଶନ ।

Leave A Reply

Your email address will not be published.