ଗାୟବ ଅଭିଜିତ ଆୟାର !!

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ଅଭିଜିତ୍ ଆୟାରଙ୍କୁ ନିର୍ଦ୍ଦେଶ ରହିଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଜିତଙ୍କ କୌଣସି ଖୋଜଖବର ମିଳିପାରିନାହିଁ । ସେ ପୂର୍ବରୁ ପୁରୀ ଏସପିଙ୍କଠାରୁ ନିଜ ଜୀବନ ପ୍ରତି ବିପଦ ଥିବା କହି ସୁରକ୍ଷା ମାଗିଥିଲେ । ତେଣୁ ଅଭିଜିତ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ନେଇ ଅନିଶ୍ଚିତତା ଲାଗିରହିଛି ।

ସୂଚନା ଅନୁଯାୟୀ, କୋଣାର୍କ, ପୁରୀ ଓ ରାଜ୍ୟ ବିଧାୟକଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ଅଭିିଜିତ । ତେବେ ଦମ୍ ଅଛି ତ ଗିରଫ କର ବୋଲି ଚ୍ୟାଲେଞ୍ଜ ଦେଇଥିଲେ ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ । ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ଦିଲ୍ଲୀର ନିଜାମୁଦ୍ଦିନ ଥାନା ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ ଦିଲ୍ଲୀର ସାକେତ କୋର୍ଟରେ ହାଜର କରାଯାଇଥିଲା ଓ ସେଠାରେ ତାଙ୍କ ଅନ୍ତରୀଣ ଜାମିନ ଆବେଦନ ମଞ୍ଜୁର ହୋଇଥିଲା । ମାତ୍ର ଅଭିଜିତଙ୍କ ଜାମିନ୍ ଅବଦ୍ଧି ଗତ ୫ ତାରିଖରୁ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରିଥିଲେ । ଜାମିନ୍ ଆବେଦନ ଖରାଜ ହେବା ପରେ ୫ ତାରିଖରେ ସେ କୋଣାର୍କ ଥାନାରେ ହାଜର ହେବାକୁ ଥିଲା ମାତ୍ର ଅଭିଜିତଙ୍କ କୌଣସି ଖବର ମିଳିପାରିନାହିଁ । ତେଣୁ ଆସନ୍ତା କାଲି ଅଭିଜିତ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାକୁ ନେଇ ମଧ୍ୟ ଅନି ଅନିଶ୍ଚିତତା ଲାଗି ରହିଛି ।

Leave A Reply

Your email address will not be published.