ଏନଆରସିକୁ ସମର୍ଥନ ନୁହେଁ- ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନାଗରିକତା ସଂଶୋଧନ ବିଲ ପାରିତ ହେବାବେଳେ ବିଜେଡି ସରକାର କେନ୍ଦ୍ରକୁ ସମର୍ଥନ କରିଥିଲା। ଏବେ ଏହା ଆଇନରେ ପରିଣତ ହେବାପରେ ଏହାକୁ ନେଇ ଦେଶର ଅନେକସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏନଆରସି ଉପରେ ମତ ରଖିଛନ୍ତି। ସେ କହିଛନ୍ତି ଏନଆରସିକୁ ସମର୍ଥନ କରିନି। ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ଆଇନ ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପକାଇବନି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନ ଦ୍ୱାରା ଭାରତୀୟ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି । ସିଏଏ କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ । ଏହାସହ ଏନଆରସିକୁ ବିଜେଡି ସମର୍ଥନ କରୁନାହିଁ । ଏନଆରସି ନେଇ ବିଜେଡି ଲୋକସଭା ଓ ରାଜ୍ୟସଭାରେ ସ୍ପଷ୍ଟ କରିଛି । ତେଣୁ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ମଧ୍ୟ ସେ କହିଛନ୍ତି । ତେଣୁ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଉତ୍ୟକ୍ତ ଲୋକଙ୍କୁ  ମଧ୍ୟ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.