ଏ. ଚେଲ୍ଲା କୁମାରଙ୍କ ଶୋଭାଯାତ୍ରାକୁ ଅନୁମତି ଦେଲାନି କମିଶନରେଟ ପୁୁଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଦେଶ କଂଗ୍ରେସର ନୂତନ ପ୍ରଭାରୀ ଏ. ଚେଲ୍ଲା କୁମାରଙ୍କ ଶୋଭାଯାତ୍ରାକୁ ଅନୁମତି ଦେଲାନି କମିଶନରେଟ ପୁୁଲିସ । ୬ ଦିନିଆ ଗସ୍ତରେ ଆସୁଥିବା ଏ.ଚେଲ୍ଲା କୁମାରଙ୍କ ସ୍ୱାଗତ ପାଇଁ କେବଳ ୩ଟି ଗାଡି ନେଇ ଯାତ୍ରା କରିବାକୁ ଅନୁମତି ଦେଇଛି କମିଶନରେଟ ପୁୁଲିସ ।

ସୂଚନା ଅନୁଯାୟୀ, ଶ୍ରୀ ଚେଲ୍ଲା କୁମାର ଆଜି ୫ଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ପରେ ସେଠାରୁ ସିଧାସଳଖ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଯିବେ । ଆସନ୍ତାକାଲି ରାଜ୍ୟ କଂଗ୍ରେସ ଭବନରେ ଓଡ଼ିଶା କଂଗ୍ରେସର ପ୍ରଭାରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଓଡିଶା ପ୍ରଭାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ ।

Sikhsya
Barta

Leave A Reply

Your email address will not be published.