ନିରାଶ ହେଲେ କେନ୍ଦ୍ର କର୍ମଚାରୀ ; ଲାଗୁ ହେବନି ୮ମ ବେତନ ଆୟୋଗ

0

ଏଥର ନିରାଶ ହେବେ କେନ୍ଦ୍ର କର୍ମଚାରୀ। କାରଣ କର୍ମଚାରୀମାନଙ୍କଠାରେ ଏଥର ଲାଗୁ ହେବ ନାହିଁ ୮ମ ବେତନ ଆୟୋଗ । ତେବେ ବହୁ ଦିନ ହେବ ୮ମ ବେତନ ଆୟୋଗ ମିଳିବା ନେଇ ଲାଗିରହିଥିବା ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଛେଦ ପଡିଛି। ବର୍ତ୍ତମାନ ସମୟ ପାଇଁ ୮ମ ବେତନ ଆୟୋଗ ଗଠନ ନେଇ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ। ୭ମ ବେତନ ଆୟୋଗ ଭିତ୍ତିରେ କର୍ମଚାରୀଙ୍କ ବେତନ ଜାରି ରହିବ। ଏ ନେଇ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅଷ୍ଟମ ବେତନ ଆୟୋଗକୁ ବିଚାରକୁ ନିଆଯାଇ ନ ଥିବା ମୋଦି ସରକାର କହିଛନ୍ତି।

ସୋମବାର ସଂସଦରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗର ଗଠନ କରିବାକୁ କୌଣସି ପ୍ରସ୍ତାବ ଉପରେ ବିଚାର କରୁନାହାଁନ୍ତି। ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଲିଖଇତ ଉତ୍ତର ରଖି ଶ୍ରୀ ଚୌଧୁରୀ ଏହା କହିଛନ୍ତି।

SOA post below
Leave a comment