ଶପଥ ନେଲେ ନୂତନ ରାଜ୍ୟପାଳ

0

ଓଡିଶା ଫାଷ୍ଟ(ବ୍ୟୁରୋ): ଡ.ଏସ.ସି.ଜମିରଙ୍କ ଗତକାଲି କାର୍ଯ୍ୟକାଳ ସରିଯାଇଥିବାରୁ ସତପାଲ ମଲିକଙ୍କୁ ଓଡ଼ିଶାର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସତପାଲ ବର୍ତ୍ତମାନ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଅପରାହ୍ନରେ ରଞ୍ଚିରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ମୁଖ୍ୟଶାସନ ସଚିବ, ପୁଲିସ ଡିଜି ତାଙ୍କର ସ୍ୱାଗତ କରିଥିଲେ।

ସଂଧ୍ୟା ୬ଟାରେ ରାଜଭବନରେ
ହାଇକୋର୍ଟର ମୁଖ୍ୟ ବିଚାରପତି ସତପାଲଙ୍କୁ ଶପଥପାଠ କରାଇଥିଲେ ।

ରାମ ନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ୨୦୧୭ ସେପ୍ଟେମ୍ବର ୩୦ରୁ ସେ ବିହାର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି ।ଗତକାଲି ରାଷ୍ଟ୍ରପତି ଭବନରୁ ତାଙ୍କର ଅତିରିକ୍ତ ନିଯୁକ୍ତି ସମ୍ୱନ୍ଧରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Sikshaya
Leave A Reply

Your email address will not be published.