ବିଗବସ୍-୧୬ରେ ପ୍ରକୃତି !

ପୁଣି ଚର୍ଚ୍ଚାରେ ଓଲିଉଡ଼ ଅଭିନେତ୍ରୀ ପ୍ରକୃତି ମିଶ୍ର। ତେବେ ସେ ଲୋକପ୍ରିୟ ରିଅଲିଟି ଶୋ’ ବିଗବସ୍-୧୬ରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଧରିଛି । ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଗ ବସ୍ ୧୬ । ଶୋ’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି । ତେବେ ପ୍ରକୃତି ବିଗ ବସ୍ ସିଜିନ ୧୬ରେ ଭାଗ ନେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସେ ନେଇ କୌଣସି ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ । ତେବେ ଆଗାମୀ ସମୟରେ ଏହି ଖବର କେତେ ସତ ଜଣାପଡିବ ।
ବର୍ତ୍ତମାନ ପ୍ରକୃତି ମୁମ୍ବାଇରେ ନାନା ପାଟେକରଙ୍କ ସହ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ପୂର୍ବରୁ ପ୍ରକୃତି ଅନ୍ୟ ଏକ ରିଅଲିଟି ଶୋ’ ଏସ ଅଫ ସ୍ପେସ ସିଜନ ୨ରେ ଅଂଶଗ୍ରହଣ କରି ସାରିଛନ୍ତି ।