୨୦ ବର୍ଷ ପରେ ପାକିସ୍ତାନରୁ ଫେରୁଛନ୍ତି ଓଡ଼ିଆ ପୁଅ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀଘ ର୍୨୫ ବର୍ଷ ପୂର୍ବେ ଘରୁ ଚାଲିଯାଇଥିବା ବିରଜୁ ଗାଁକୁ ଫେରିବ। ଏଇ ୨୫ ବର୍ଷ ଭିତରେ ଦୁନିଆ ବଦଳିଯାଇଛି ତା’ପାଇଁ। ପୁଅ ଫେରିବା ବାଟକୁ ଚାହିଁଚାହିଁ ଆରପାରିକୁ ଚାଲିଯାଇଛନ୍ତି ତାଙ୍କ ବାପା, ମାଆ। ଏବେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ, ଭୁଲ ବଶତଃ ବିରଜୁ ପାକିସ୍ତାନ ଚାଲିଯାଇଥିବା ଅନୁମାନ କରାଯାଉଛି। ଆଉ ସେଠାକାର ସରକାର ୨୦ବର୍ଷ ଜେଲ ଦଣ୍ଡ ଦେଇଥିଲେ। ସଜା ସରିବା ପରେ ଏବେ ସେ ଘରକୁ ଫେରିବେ।
ପ୍ରକାଶ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପିଲାଟି ଦିନରୁ ସାମାନ୍ୟ ମାନସିକ ଅନଗ୍ରସର ପ୍ରକୃତିର ଥିଲେ। ତାଙ୍କୁ ୨୦ରୁ ୨୨ ବର୍ଷ ହୋଇଥିବା ବେଳେ ସେ ଘରୁ କେଉଁ ଆଡେ ଚାଲିଯାଇଥିଲେ। ପ୍ରଥମେ ରାଞ୍ଚିର ଏକ ହୋଟେଲରେ ସେ କାମ କରୁଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ କିଛି ଦିନ ପରେ ତାଙ୍କର ଆଉ କିଛି ଖୋଜଖବର ମିଳିଲା ନାହିଁ। ହେଲେ ଗତ ବର୍ଷ ପରିଚୟ ଓ ତାଙ୍କ ଠିକଣା ଯାଞ୍ଚ ପାଇଁ କୁତ୍ରା ପୁଲିସ ତାଙ୍କ ଘରକୁ ଯାଇଥିବା ବେଳେ ବିରଜୁ ପାକିସ୍ତାନ ଜେଲରେ ଥିବା ଜଣାପଡିଥିଲା। ସେଠାରେ ସେ ପ୍ରାୟ ୨୦ ବର୍ଷ ଧରି ସଜା କାଟିଥିବା ଜଣାଯାଇଛି। ଗତ ମାସ ୨୬ ତାରିଖରେ ପାକିସ୍ତାନ ପକ୍ଷରୁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଇଥିଲା। ଅମୃତସରରେ ପହଞ୍ଚିବା ପରେ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କ୍ୱାରେଣ୍ଟାଇନ ସମୟ ସରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଗାଁରେ ବିରଜୁଙ୍କ କାକା, ବଡବାପାଙ୍କ ପରିବାର ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।

Leave A Reply

Your email address will not be published.