ଓଡ଼ିଆ ଫିଲ୍ମ ଫେୟାର ଆଓ୍ବାର୍ଡ: ଉତ୍ତମ ମହାନ୍ତି ପାଇବେ ଜୀବନବ୍ୟାପୀ ସାଧନା ପୁରସ୍କାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ଆସନ୍ତା ୩୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଆ ଫିଲ୍ମ ଫେୟାର ଆଓ୍ବାର୍ଡରେ ସେ ଏହି ପୁରସ୍କାର ପାଇବେ । ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ କାନଭାସ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏ ନେଇ ଭୁବନେଶ୍ବରସ୍ଥିତ ସ୍ୟାଣ୍ଡି ଟାଓ୍ବାରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଓଡ଼ିଆ ଫିଲ୍ମ ଫେୟାର ଆଓ୍ବାର୍ଡର ସଭାପତି ବାପୁ ଲେଙ୍କା ସୂଚନା ଦେଇଛନ୍ତି । ଏହି ଆଓ୍ବାର୍ଡ ସେରେମୋନିରେ ବଲିଉଡ କଳାକାର ଜନି ଲିବର ଓ ମିସ୍ ଏସିଆ ବିଜୟିନୀ ନିବେଦିତା ବିଶ୍ବାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.