ବିଧାନସଭା ହେବ ପେପର ଲେସ୍ : କର୍ମଚାରୀମାନଙ୍କୁ ଦିଆଯାଉଛି ଟ୍ରେନିଂ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ଏପରିକି କରୋନାର ଦ୍ୱିତୀୟ ଲହର ନେଇ ଆଶଙ୍କା ରହିଛି । ଏହାମଧ୍ୟରେ ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନସଭାକୁ ପେପର୍ ଲେସ୍ କରାଯିବ ବୋଲି ସୂଚନା ମିଳିଛି ।ଏଥିପାଇଁ କର୍ମଚାରୀଙ୍କୁ ଚାଲିମ ମଧ୍ୟ ପ୍ରଦାନ କରାଯାଉଛି ।
ବିଧାନସଭାକୁ କରାଯିବ ପେପର ଲେସ୍। ସେଥିପାଇଁ ବିଧାନସଭାରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ଇ-ବିଧାନସଭା ତାଲିମ। ପ୍ରଥମ ପର୍ଯାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏପ୍ରିଲ ମାସରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ। ବର୍ତ୍ତମାନ ସାଧାରଣ ପ୍ରଶାସନ, ପ୍ରଶାସନିକ, ଆକାଉଣ୍ଟ ବିଭାଗର କର୍ମଚାରୀ ମାନଙ୍କୁ ତାଲିମ ଦିଆଯାଉଛି। ପ୍ରତିଦିନ ତିନୋଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ। ଏନଆଇସି ଓ ଓକାକର ବିଶେଷଜ୍ଞମାନେ କର୍ମଚାରୀଙ୍କୁ ତାଲିମ ଦେଉଛନ୍ତି।
ସୂଚନାଯୋଗ୍ୟ, ନଭେମ୍ବର ୨୦ରୁ ଆରମ୍ଭ ହେବ ବିଧାନସଭାର ଶୀତ ଅଧିବେଶନ । ଏହା ଡିସେମ୍ବର ୩୧ ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

Leave A Reply

Your email address will not be published.