ବିଧାନସଭା ମେଡିକାଲ ଅଫିସରଙ୍କୁ ନିଲମ୍ବନ କଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଡ଼ିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ । ସେ ବିନା ଅନୁମତିରେ ଭୁବନେଶ୍ୱର ଛାଡ଼ି ଯାଇପାରିବେ ନାହିଁ ବୋଲି ତାଙ୍କୁ ନିର୍ଦ୍ଦେଶ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତ ବ୍ୟକ୍ତି ବିଧାନସଭା ଡିସପେନସରି ଆସିଥିଲେ । ସଂପୃକ୍ତ ବ୍ୟକ୍ତି ଗତ ୧୬ ତାରିଖରେ ବିଧାନସଭା ଡିସପେନସରିକୁ ଆସିଥିଲେ ।

Leave A Reply

Your email address will not be published.