୩୧ ଯାଏଁ ବିଧାନସଭା ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାପରେ ବିଧାନସଭାକୁ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆସନ୍ତା ୩୧ ତାରିଖ ଯାଏ ବିଧାନସଭା ବନ୍ଦ ରହିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ଆସନ୍ତାମାସ ପହିଲାରୁ ୩ ଦିନ ସରକାରୀ ଛୁଟି ଥିବାରୁ ବିଧାନସଭା ୪ ତାରିଖରେ ଖୋଲିବ। ଏହି ବନ୍ଦ ସମୟରେ ସଂପୂର୍ଣ୍ଣ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ପଜିଟିଭ ଚିହ୍ନଟ ୫ କର୍ମଚାରୀ ଏବେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଏହାସହ ପଜିଟିଭ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ କରାଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

Leave A Reply

Your email address will not be published.