ଏଣିକି ଓଡିଆ ଭାଷାରେ ଦେଇପାରିବେ ଓସିଏସ ପରୀକ୍ଷା

0

ଏଣିକି ଓଡିଆ ଭାଷାରେ ଦେଇପାରିବେ ଓସିଏସ ପରୀକ୍ଷା। ଓସିଏସର ପ୍ରିଲିମ, ମେନ୍‌ ଓ ଭାୟାବସ ଆଦି ଓଡ଼ିଆରେ ହେବ। ସେହିଭଳି ପ୍ରଶ୍ନ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରସ୍ତୁତ ହେବ। ପରୀକ୍ଷାର୍ଥୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପରୀକ୍ଷା ଦେଇପାରିବେ। ୟୁପିଏସସି ଢାଞ୍ଚାରେ ସମସ୍ତ ପରୀକ୍ଷା କରିବାକୁ ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସସିକୁ ଏନେଇ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି। ମେନ ପରୀକ୍ଷାର ବିଭିନ୍ନ ବିଷୟର ପ୍ରଶ୍ନ ପାଇଁ ଓଡ଼ିଆରେ ମଧ୍ୟ ଉତ୍ତର ଲେଖାଯାଇ ପାରିବ। ଯାହାକି ପୂର୍ବରୁ ଓଡ଼ିଆ ଭାଷା ପେପରକୁ ବାଦ ଦେଲେ ଅନ୍ୟ ବିଷୟଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ନଥିଲା। ବହୁ ପୂର୍ବରୁ ଓଡ଼ିଆରେ ଓଏସଏସ ପରୀକ୍ଷା ଆୟୋଜନ ଲାଗି ଦାବି ହୋଇ ଆସୁଥିଲା। ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ବାରମ୍ବାର ସରକାରଙ୍କୁ ଅବଗତ କରାଯାଇଥିଲା।

SOA post below
Leave a comment