ଆମ ଗାଁ, ଆମ ବିକାଶ କାର୍ଯ୍ୟକ୍ରମ: ୫ବ୍ଲକ ପାଇଁ ୩୫.୯୩ କୋଟି ମଞ୍ଜୁର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗାଁର ବିକାଶ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆମ ଗାଁ, ଆମ ବିକାଶ ଯୋଜନା । ଏହି ଯୋଜନା ମାଧ୍ୟମରେ ବିଭିନ୍ନ ଜିଲ୍ଲାର କେତେକ ବ୍ଲକରେ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଉଛି । ଏହି କ୍ରମରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫ ଜିଲ୍ଲାର ୫ଟି ବ୍ଲକ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ସେଗୁଡ଼ିକ ହେଲା ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁରର ଦଶରଥପୁର, ବାଲେଶ୍ୱରର ବାଲିଆପାଳ, କଟକର ଟାଙ୍ଗୀଚୌଦ୍ୱାର ଓ ଜଗତ୍‌ସିଂହପୁର ଜିଲାର ବିରିଡ଼ି ବ୍ଲକ । ତେବେ ଏଯାବତ୍‌ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୦୧.୦୪ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦ ସଦସ୍ୟ, ଏମ୍‌ପି, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.