ଥରୁଛି ସାରା ଓଡିଶା, ଅନୁଗୁଳ ଆଜି ସବୁଠୁ ଥଣ୍ଡା ସହର

0

ଓଡିଶା ଫାଷ୍ଟ( ବ୍ୟୁରୋ) ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର 14ଟି ସହରର ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ତଳେ ରହିଛି।  ଅନୁଗୋଳ ଆଜି ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି। ସେଠାରେ ସକାଳୁ ତାପମାତ୍ରା ଥିଲା 5 ଡିଗ୍ରୀ ।  ଗତ 3 ଦିନ ଧରି ଲଗାତାର ଭାବେ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ରହିଥିଲା। ଗତକାଲି ସୋନପୁରର  ତାପମାତ୍ରା5.4  ଡିଗ୍ରୀ ଥିବା ବେଳେ ଆଜି 5.6 ରହିଛି।

ଦାରିଙ୍ଗବାଡ଼ିରେ ଆଜି ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ 6.2, ଫୁଲବାଣୀରେ 6.5, ଟିଟିଲାଗଡ଼ରେ  8, ତାଳଚେରରେ  8.6, ସମ୍ବଲପୁରରେ 8.6, ସୁନ୍ଦରଗଡ଼ରେ 9 ଓ ହୀରାକୁଦରେ 9.6ଡିଗ୍ରୀ ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ଆଜି ତାପମାତ୍ରା 10 ଡିଗ୍ରୀ ତଳକୁ ଖସିଛି। କଟକରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ 9.8 ଡିଗ୍ରୀ ରହିଛି। ସେହିପରି ବାଲେଶ୍ୱରର ତାପମାତ୍ର 9.4 ଡିଗ୍ରୀ ରେକର୍ଡ କରାଯାଇଛି। ବ୍ରହ୍ମପୁରରୁ ବାରିପଦା ଏବଂ କଳାହାଣ୍ଡିରୁ କୋରାପୁଟ ସବୁଠି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଅପରାହ୍ନ ଯାଏ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁ ନଥିବା ବେଳେ ରାତିରେ ପାରଦ ଖସିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ଲୋକେ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଶୀତର ପ୍ରଭାବ ଅଧିକ ରହୁଛି। ବଢ଼ୁଥିବା ଶୀତକୁ ଦେଖି ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, ଖୋର୍ଦ୍ଧା, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ସେହିପରି ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.